ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତୃତୀୟ ଟି ୨୦ ଜିତିଲା ଭାରତ

0

ନ୍ୟୁଜ୍ ବ୍ୟୁରୋ: ତୃତୀୟ ଟି ୨୦ ଜିତିଲା ଭାରତ। ବୁଧବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀଲାଭ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିବାବେଳେ ଜିମ୍ବାଓ୍ବେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା। ୪ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ଉଇକେଟ ନେଇଥିବା ଓ୍ବାଶିଂଟନ ସୁନ୍ଦର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଟସ୍‌ଜିତି ବ୍ୟାଟିଂ ନେଇଥିବା ଭାରତ ଅଧିନାୟକ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲଙ୍କ ମାଧ୍ୟମରେ ଭଲ ଆରମ୍ଭ କରିଥିଲା। ଦୁହେଁ ଓପନିଂ ଯୋଡ଼ିରେ ୬୭ ରନ ସଂଗ୍ରହ କରିଥିଲେ। ଜୟସ୍ବାଲ ୨୭ ବଲ୍‌ରୁ ୩୬ (୪ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଗତ ମ୍ୟାଚରେ ଶତକ ହାସଲକାରୀ ଅଭିଷେକ ଶର୍ମା (୧୦ ରନ) ଏଠାରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ବିଫଳ ହୋଇଥିଲେ ହେଁ ଋତୁରାଜ ଗାଏକ୍ୱାଡ୍‌ ୨୮ ବଲ୍‌ରୁ ୪୯ (୪ ଚୌକା, ୩ ଛକା) ରନ କରିବାରୁ ଭାରତ ସ୍କୋର ୧୮୨ରେ ପହଁଚି ଯାଇଥିଲା।

Leave A Reply

Your email address will not be published.