ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ନିଜକୁ ଓଡିଆ ଶିଖିବାକୁ ପଡିବ

0

ଭୁବନେଶ୍ବର: ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ ପଡିବ। କାରଣ ଓଡିଆ ଲୋକଙ୍କୁ ଓଡିଆ ଭାଷାରେ ହିଁ ଶିଖାଇବାକୁ ହେବ । ନହେଲେ ଗାଁ ଗହଳିରୁ ଆସିଥିବା ଲୋକ କେମିତି ବୁଝିବେ। ଓଡିଆରେ ପ୍ରଶିକ୍ଷଣ ଦେବାକୁ ହେଲେ ନିଜେ ଓଡିଆ ଶିଖିବାକୁ ପଡିବ ବୋଲି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା। ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି। ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ। ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଇନଫୋସିଟି-୨ କ୍ୟାମ୍ପସରେ ୨୦୨୧ ମସିହାରେ ଉଦଘାଟିତ ହୋଇଥିଲା ଓ-ହବ୍। ସେଠାକୁ ଯାଇଥିବା ବେଳେ ଓଡିଆ ଭାଷାରେ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ।

ଓଡିଶାର ଉଦ୍ୟୋଗୀଙ୍କୁ ରିହାତି ଦରରେ ଅଫିସ ପାଇଁ ଜାଗା ଦେବା ଲକ୍ଷ୍ୟର ଓ-ହବ୍ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ବ୍ୟାପକ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା। ତେବେ ସେଠାରେ ଓଡିଆ ଉଦ୍ୟୋଗୀଙ୍କ ଜାଗାରେ ଅଫିସ ପାଇଁ ଏମଏନସିଙ୍କୁ ଜାଗା ଦିଆଯାଇଥିବା ଅଭିଯୋଗ ହୋଇଥିଲା।ଏମଏସଏମଇ ବିଭାଗ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଥିଲେ ବି ପୂର୍ବତନ ଆଇଟି ସଚିବ ବିଦେଶୀ କମ୍ପାନୀଙ୍କୁ ଜାଗା ଟେକି ଦେଇଥିବା କୁହାଯାଇଥିଲା। ନୂଆ ସରକାର ଆସିବା ପରେ ଅଭିଯୋଗ ନେଇ ନିଜେ ମନ୍ତ୍ରୀ ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.