ପ୍ରମୁଖ ଖବର

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣାରେ ଗାଁକୁ ଆସିଲା ବିଭାଷଙ୍କ ପାର୍ଥିବ ଶରୀର
ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
ଜୟା ହୋଟେଲ ପରିସରରେ ୧୬୩ ଲାଗୁ
ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା-ବାରଣାସୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ

ବଡ଼ ଠାକୁର ଖସି ପଡିବ ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

0

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ ଏତଲା । ପହଣ୍ଡି ଘଟଣା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ୫ ଆଇନଜୀବୀ ଏତଲା ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ କରାଯାଇଛି।

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ଖସି ପଡିଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରୁଛନ୍ତି। ଏଥିସହ ପ୍ରଶାସନର ଅବହେଳା ଯୋଗୁ ଏଭଳି ଘଟିଥିବା ଦାବି କରାଯାଉଛି। ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବା କଥା । ପହଣ୍ଡି ସମୟରେ ଅନେକ ଅନଧିକୃତ ସେବାୟତ ରହିଥିଲେ । ସମନ୍ୱୟ ଅଭାବରୁ ଅଭାବନୀୟ ଘଟଣା ଘଟିଲା । ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ମୁହଁ ମାଡି ପଡିବା ଇତିହାସରେ ପ୍ରଥମ । ଏଭଳି ଘଟଣା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଧର୍ମୀୟ ଭାବନାକୁ କୁଠାରଘାତ କରିଛି । ଏହା ମହାପ୍ରଭୁଙ୍କ ଲୀଳା ନୁହେଁ, ଏହା ମନୁଷ୍ୟକୃତ ଦାୟୀତ୍ୱ ହୀନତା ।

Leave A Reply

Your email address will not be published.