ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି

0

ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ତି। ସିବିଆଇ ଚଢ଼ାଉ ମାମଲାରେ ମିଳିଲା ସାମୟିକ ଆଶ୍ଵସ୍ତି। ପରବର୍ତ୍ତୀ ଶୁଣାଣି ଯାଏ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଷ୍ଣୁପଦ। ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ। ଓଡିଶା ବ୍ରିଜ୍ ଏଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଫେବୃଆରୀ ମାସରେ ବିଷ୍ଣୁ ପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ଣୁପଦ।

ସରକାରୀ ବାସଭବନ ତଥା ଫରେଷ୍ଟ ପାର୍କର କଡ଼ରେ ଥିବା କ୍ବାର୍ଟର ୫-ଆର ୪ରେ ରେଡ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୮ ଜଣିଆ ସିବିଆଇ ଟିମ୍ ବିଷ୍ଣୁପଦଙ୍କ ଘରେ ପଶି ଛାନଭିନ କରିଥିଲେ। କିନ୍ତୁ ଗତ ମାସ ୨୦ ତାରିଖରେ ବିଷ୍ଣୁପଦଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଯାହାଦ୍ୱାରା ଗିରଫଦାରୀର ସମ୍ଭାବନା ବଢିଥିଲା। ତେବେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ଲାଗି ଆଇଏଏସ୍ ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

Leave A Reply

Your email address will not be published.