ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

0

କଟକ: କଟକ ଛତ୍ରବଜାର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି।

ସୂଚନାମୁତାବକ, କଟକ ଛତ୍ରବଜାରରେ ମହିଳା ହୋମ୍‌ଗାର୍ଡ ମନୋରମା ପଣ୍ଡାଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ଡ୍ୟୁଟି ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଟ୍ରକ୍‌ ପଛପଟରୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଛି। ଏଥିସହ ମହିଳା ହୋମ୍‌ଗାର୍ଡଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମାଲଗୋଦାମ ଥାନା ଆଇଆଇସି ରଜନୀକାନ୍ତ ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.