ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା

0

ଭୁବନେଶ୍ବର: ଓଡିଶାକୁ ଆଉ ଏକ ସଫଳତା। ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା। କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ ସ୍ଥାନ ହାସଲ କରିଛି।

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ୫୯୫.୬ ସ୍କୋର ହାସଲ କରି ପ୍ରଚେଷ୍ଟା-୩ ଗ୍ରେଡ ପାଇଛି। ଏହାକୁ ନେଇ Xରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଫାଇଭ ଟି ଉପକ୍ରମ ଅଧୀନରେ ପ୍ରାୟ ୭୦୦୦ ସ୍କୁଲକୁ ରୂପାନ୍ତରିତ କରାଯାଇଛି। ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଆକାଂକ୍ଷା ଓ ସୁଯୋଗ ସୃଷ୍ଟି କରିଛି। ଶିକ୍ଷା ଦ୍ବାରା ପ୍ରତି ଶିଶୁକୁ ସଶକ୍ତ କରିବା ଆମ ସରକାରର ବିଶ୍ବାସ ଥିଲା। ଏଥିପାଇଁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ।

Leave A Reply

Your email address will not be published.