ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସାମୂହିକ ଛୁଟିରେ ଅଫିସର,ଜନତା ହଇରାଣ

0

ଭୁବନେଶ୍ବର: ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରାଜ୍ୟରେ ରହିଛି। ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ଚାଲିଯାଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ହୋଇପାରୁନାହିଁ। ଏଥିଯୋଗୁ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି।

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, “ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨,୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ? ମୁଁ ନିଜେ ସାମ୍ନାକୁ ଆସିଥିଲି। ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।”

ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି, କୋର୍ଟ ଗ୍ରହଣ କରିବେନି। ଯେଉଁମାନଙ୍କର ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି। ପ୍ରଚ୍ଛଦ ପଟରେ କିଏ ଖୋଜିବାକୁ ଟିକେ ସମୟ ଲାଗିବ। କେହି ବର୍ତ୍ତିବେ ନାହିଁ। ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି। ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ।”

ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ନେଇ ଓଏଏସ୍‌ ସଂଘ ନିଷ୍ପତ୍ତି କ୍ରମେ ଅଫିସରମାନେ ବୁଧବାର ବିଧିବଦ୍ଧ ଭାବେ ସମୂହ ଛୁଟି ନେଇଛନ୍ତି। ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଗିରଫ ହୋଇନାହାନ୍ତିି ଏବଂ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଓଏଏସ୍‌ ଅଫିସରମାନେ ଛୁଟିରେ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ଘଟଣାକୁ ନେଇ ମଙ୍ଗଳବାର ଦିନତମାମ୍‌ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବ୍ଲକ, ସବ୍‌ଡିଭିଜନ, ଜିଲାଠାରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଏଏସ୍‌ ଅଧିକାରୀମାନେ ବୈଠକ କରିିଥିବାବେଳେ ବୁଧବାର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏପରି କି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ବିଭିନ୍ନ ବିଭାଗରେ ମଧ୍ୟ ଓଏଏସ୍‌ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ଏଥିଯୋଗୁ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯଦି ସରକାର ସଂଘର ପ୍ରତିଶ୍ରୁତି ରକ୍ଷା କରିବାରେ ବିଳମ୍ବ କରିବେ ତେବେ ସ୍ଥିତି ଜଟିଳ ହେବ ବୋଲି ଅଧିକାରୀମାନେ କହୁଛନ୍ତି।

Leave A Reply

Your email address will not be published.