ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ

0

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ଵସ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଆଜି ସର୍ବୋଚ୍ଚ କୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ। କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ତାଙ୍କୁ ଗିରଫ କରିଛି। ଯାହାର ଶୁଣାଣି ଜୁଲାଇ ୧୮ରେ ହାଇକାର୍ଟରେ ହେବ।
ଏଥିସହ ଇଡିର ଗିରଫଦାରୀକୁ ବିରୋଧ କରି ସେ କରିଥିବା ଆବେଦନକୁ କୋର୍ଟ ବୃହତ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି। ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଯେ ପର୍ଯ୍ୟନ୍ତ ଏହି ଶୁଣାଣି ନହୋଇଛି ସେପର୍ଯ୍ୟନ୍ତ ସେ ଜାମିନରେ ରହିବେ। ଏପଟେ ଆପ୍ ପ୍ରେସ୍ ମିଟ କରି କହିଛି କି, କେଜ୍ରିଓ୍ୱାଲଙ୍କୁ ଜେଲରେ ରଖିବାକୁ ବିଜେପି ଷଡଯନ୍ତ୍ର କରୁଛି। ଇଡି ପରେ ସିବିଆଇ କେଜ୍ରିୱାଲଙ୍କୁ ମାମଲାରେ ଛନ୍ଦୁଛି। ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିପାରିବେ ନାହିଁ। ସେ ବାହାରିଆସିବେ ଏବଂ ଆସିଲେ ଆଗ ଅପେକ୍ଷା ଅଧିକ କାମ କରିବେ।
ତେବେ ଜାମିନଙ୍କୁ ନେଇ କୋର୍ଟ କହିଛନ୍ତି, ‘କେଜ୍ରିୱାଲ ପ୍ରାୟ ୯୦ ଦିନରୁ ଅଧିକ ସମୟ ଜେଲରେ ରହିଲେଣି। ସେ ଜଣେ ନିର୍ବାଚିତ ନେତା, ଏବଂ ସେ ତାଙ୍କର ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ।’

କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି, ଜୁଲାଇ ୧୮ରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ମାମଲାର ଶୁଣାଣି ହେବ। ଏହାର ରାୟ ଆସିବା ପରେ କେଜ୍ରିୱାଲ ଜେଲରୁ ବାହାରିବେ କି ନାହିଁ ଜଣାପଡିବ। ତେବେ ସେ ଜେଲରୁ ମୁକୁଳିବାର ସମ୍ଭାବନା ଅଧିକ।

Leave A Reply

Your email address will not be published.