ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ

0

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ଵସ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଆଜି ସର୍ବୋଚ୍ଚ କୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେବେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ। କାରଣ ଏହି ଦୁର୍ନୀତି ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ତାଙ୍କୁ ଗିରଫ କରିଛି। ଯାହାର ଶୁଣାଣି ଜୁଲାଇ ୧୮ରେ ହାଇକାର୍ଟରେ ହେବ।
ଏଥିସହ ଇଡିର ଗିରଫଦାରୀକୁ ବିରୋଧ କରି ସେ କରିଥିବା ଆବେଦନକୁ କୋର୍ଟ ବୃହତ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି। ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ଯେ ପର୍ଯ୍ୟନ୍ତ ଏହି ଶୁଣାଣି ନହୋଇଛି ସେପର୍ଯ୍ୟନ୍ତ ସେ ଜାମିନରେ ରହିବେ। ଏପଟେ ଆପ୍ ପ୍ରେସ୍ ମିଟ କରି କହିଛି କି, କେଜ୍ରିଓ୍ୱାଲଙ୍କୁ ଜେଲରେ ରଖିବାକୁ ବିଜେପି ଷଡଯନ୍ତ୍ର କରୁଛି। ଇଡି ପରେ ସିବିଆଇ କେଜ୍ରିୱାଲଙ୍କୁ ମାମଲାରେ ଛନ୍ଦୁଛି। ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିପାରିବେ ନାହିଁ। ସେ ବାହାରିଆସିବେ ଏବଂ ଆସିଲେ ଆଗ ଅପେକ୍ଷା ଅଧିକ କାମ କରିବେ।
ତେବେ ଜାମିନଙ୍କୁ ନେଇ କୋର୍ଟ କହିଛନ୍ତି, ‘କେଜ୍ରିୱାଲ ପ୍ରାୟ ୯୦ ଦିନରୁ ଅଧିକ ସମୟ ଜେଲରେ ରହିଲେଣି। ସେ ଜଣେ ନିର୍ବାଚିତ ନେତା, ଏବଂ ସେ ତାଙ୍କର ଭୂମିକା ନିର୍ବାହ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ।’

କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି, ଜୁଲାଇ ୧୮ରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ମାମଲାର ଶୁଣାଣି ହେବ। ଏହାର ରାୟ ଆସିବା ପରେ କେଜ୍ରିୱାଲ ଜେଲରୁ ବାହାରିବେ କି ନାହିଁ ଜଣାପଡିବ। ତେବେ ସେ ଜେଲରୁ ମୁକୁଳିବାର ସମ୍ଭାବନା ଅଧିକ।

Leave A Reply

Your email address will not be published.