ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ଭୋଟର ତାଲିକା ଯାଞ୍ଚ କରିବ ନିର୍ବାଚନ କମିଶନ

0

ନୂଆଦିଲ୍ଲୀ: ଭୋଟର ତାଲିକାରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଚିହ୍ନଟ ଓ ସଂଶୋଧନ ପାଇଁ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ୨୦୨୭ ଜାନୁଆରୀ ୧କୁ ଯୋଗ୍ୟତା ତାରିଖ ଧରି ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା (ଏସ୍‌ଏସ୍‌ଆର୍‌) ଅଧୀନରେ ଏହି ଯାଞ୍ଚ ହେବ। ନଭେମ୍ବର ୨୫ରେ ଜାରି ନିର୍ଦ୍ଦେଶ ଅନୁସାରେ, ପୂର୍ବରୁ ଥିବା ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ବିବରଣୀ, ଜନ୍ମତାରିଖ, ମୋବାଇଲ ନମ୍ବର ଓ ଫଟୋକୁ ଯାଞ୍ଚ କରାଯିବ। ଏଥିରେ ତ୍ରୁଟି ମିଳିଲେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଘରକୁ ଯାଇ ଯାଞ୍ଚ କରିବେ।

ସଂଶୋଧନ ଆବଶ୍ୟକ ହେଲେ ଭୋଟରଙ୍କଠାରୁ ଦସ୍ତଖତ ସହ ଫର୍ମ-୮ ଆବେଦନ ଗ୍ରହଣ କରାଯିବ। ପରେ ଏଆର୍‌ଓ ଓ ଇଆର୍‌ଓ ଏହାର ଯାଞ୍ଚ କରି ନିଷ୍ପତ୍ତି ନେବେ। କେବଳ ସ୍ୱୟଂଚାଳିତ ବ୍ୟବସ୍ଥା ଆଧାରରେ ଭୋଟରଙ୍କ ତଥ୍ୟରେ ପରିବର୍ତ୍ତନ ହେବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ସମସ୍ତ ପ୍ରକ୍ରିୟା ଇସିଆଇନେଟ୍‌ ପ୍ଲାଟଫର୍ମ ମାଧ୍ୟମରେ କରାଯିବ।

Leave A Reply

Your email address will not be published.