ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

0

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ। ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ।

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସଂସଦର ନିମ୍ନ ଗୃହରେ ଆସ୍ଥା ଭୋଟ ଜିତିପାରିନଥିଲେ। ସେ ୧୯୪ ଟି ଭୋଟ ବିରୋଧରେ ଏବଂ ୬୩ ଭୋଟ ସମର୍ଥନରେ ଟ୍ରଷ୍ଟ ଭୋଟ ହରାଇଲେ। ଜଣେ ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। ସଂସଦରେ ମୋଟ ୨୫୮ ସାଂସଦ ଉପସ୍ଥିତ ଥିଲେ। ସିପିଏନ୍‌-ୟୁଏମ୍ଏଲର ସମର୍ଥନ ପ୍ରତ୍ୟାହାର ପରେ ଆସ୍ଥା ଭୋଟରେ ପରାସ୍ତ ହୋଇଛନ୍ତି ପ୍ରଚଣ୍ଡ। ନେପାଳୀ କଂଗ୍ରେସ ସମର୍ଥନରେ କେପି ଓଲି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.