ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କଟକ ନର୍ସିଂହୋମ୍‌ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ

0

କଟକ: କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ। ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ । ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ ଶିଶୁ ଭବନ ଅଣାଯାଇଥିଲା ।

ସୂଚନାଯୋଗ୍ୟ, ଶନିବାର ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୪୫ ଜଣ ରୋଗୀ ଓ ସଦ୍ୟ ଜନ୍ମିତ ଶିଶୁଙ୍କୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରୁ ଉଦ୍ଧାର କରାଯାଇଥିଲା। ଶିଶୁ ଓ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିଲା। ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଜୀବନବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ନିଆଁ ଓ ଧୂଆଁ ଭିତରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୫ଜଣ ଗୁରୁତର ରୋଗୀ ଓ ନବଜାତକ ଶିଶୁଙ୍କୁ ଝରକା ବାଟେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନା ଓ ଶିଶୁଭବନକୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.