ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

0

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିବା ବେଳେଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ଗୁରୁତର ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ। ସମସ୍ତ ଆହତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ଷ୍ଟେଜରେ ନାଟକ ପରିବେଷଣ ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ପିଲାମାନେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ଥିବା କୁହାଯାଉଛି। ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୪ ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.