ଛତିଶଗଡ: କମ୍ବିଂ ଅପରେଶନ ବେଳେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍ଜି ବାହିନୀ ଓ ଜିଲା ପୋଲିସ ମିଳିତ ଭାବେ ବିଜାପୁର ଜିଲାର ମେଟାପାଲ, ପୁସନାର ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରଖିଛନ୍ତି। ତେବେ ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ। ଏମାନେ ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ