ଛତିଶଗଡ: କମ୍ବିଂ ଅପରେଶନ ବେଳେ ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ମସାୟୀ ମଙ୍ଗୁ ଓରଫ ମଙ୍ଗୁ କୁଞ୍ଜାମ, ମହେଶ କୁରସମ୍ ଓରଫ ମନକୁ, ଲାଲୁ ପୋଟାମ, ଫୁଲ୍ଲୀ ପୁନେମ ଓରଫ ସେପି, ଦନୁ ପୁନେମ୍ ଓରଫ ବୁଇୟା । ମଙ୍ଗୁଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ମିଳିଥିବା ସୂଚନା ମୁତାବକ, ଗଙ୍ଗାଲୁର ଡିଆର୍ଜି ବାହିନୀ ଓ ଜିଲା ପୋଲିସ ମିଳିତ ଭାବେ ବିଜାପୁର ଜିଲାର ମେଟାପାଲ, ପୁସନାର ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରଖିଛନ୍ତି। ତେବେ ମେଟାପାଲ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ବେଳେ ଉପରୋକ୍ତ ୫ଜଣ ମାଓବାଦୀଙ୍କୁ ଯବାନ ଧରିଥିଲେ। ଏମାନେ ପୁସନାର ଅନ୍ତର୍ଗତ ଜନତାନା ସରକାର ସଙ୍ଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ଗିରଫ ମାଓବାଦୀ ମଙ୍ଗୁଙ୍କ ନାମରେ ଗଙ୍ଗାଲୁର ଥାନାରେ ୧୨ଟି ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା