କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ତ୍ରିଶା’ ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର। ଗତକାଲି କଟକ ‘ତ୍ରିଶା’ ହସ୍ପିଟାଲରେ ନିଆଁ ଲାଗିଥିଲା। ଯାଞ୍ଚ ପ୍ରକ୍ରିୟା ଜାରି ଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଏହି ମେଡିକାଲରେ ନିଆଁ ଲାଗି ଜଣେ ଶିଶୁର ମୃତ୍ୟୁ ହେବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ଦେଇଛନ୍ତି। ସେପଟେ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗର ତଦନ୍ତ ସରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏସିସିବି ଓ ଶିଶୁଭବନରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କଥା ବୁଝିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ରୋଗୀ ଓ ନବଜାତକଙ୍କ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି ଘଟଣାର ଯେପରି ପୁନଃରାବୃତ୍ତି ନହେବ ସେ ନେଇ ଅଗ୍ନିଶମ ବିଭାଗ ଡିଜି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇ ଏକ ପଦପକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, କଟକର ପୁରୀଘାଟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଗତକାଲି ଅପରାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ୩ୟ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଉପର ମହଲାରେ ରୋଗୀଥିବା ବେଳେ ଅଗ୍ନିଶମ ଟିମ୍ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖରେ ଥିବା ତ୍ରୀଶା ଚାଇଲ୍ଡ କେୟାର ମଧ୍ୟ ପ୍ରଭାବିତ ହୋଇଥିଲା। ଘଟଣାରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ୩୪ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ସେଥିରେ ୧୭ ଜଣ ନବଜାତ ଶିଶୁ ରହିଛନ୍ତି। ବାକି ୧୧ ଜଣ ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ଆଜି ଜଣଙ୍କର ମୃତ୍ୟୁ ଘଟିଛି।
ପ୍ରମୁଖ ଖବର
ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ