ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମରେ ହେବନି କୌଣସି ପରିବର୍ତ୍ତନ। ଏହା ପୂର୍ବ ପରି ଜାରି ରହିବ। ଗତକାଲି ଏହାକୁ ପରିବର୍ତ୍ତିତ କରାଯାଇ ରାଜ୍ୟ କ୍ରୀଡା ପୁରସ୍କାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ଏହି ପୁରସ୍କାର ପୂର୍ବ ପରି ବିଜୁ ପଟ୍ଟନାୟକଙ୍କ ନାମରେ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପରିବର୍ତ୍ତନ ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି। ଏ ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ସେ ଏହି ଖବର ଗଣମାଧ୍ୟମରୁ ପାଇଲେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ , ଚଳିତ ବର୍ଷ କ୍ରୀଡା ପୁରସ୍କାର ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏହାର ଅଫିସିଆଲ ଓ୍ବେବ ସାଇଟରେ ଏହାର ନାମ “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ବଦଳରେ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ଲେଖାଯାଇଥିବା ବେଳେ ଏଥିରେ କ୍ରୀଡା ସଚିବଙ୍କ ଦସ୍ତଖତ ମଧ୍ୟ ରହିଛି। ଯାହା କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଥିବା ଖବରକୁ ଇନ୍ଧନ ଦେଇଥିଲା। ଏହା ସହିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ଶନିବାର କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କ୍ରୀଡ଼ା ସମ୍ମାନ ଚଳିତ ବର୍ଷ ଠାରୁ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ନାମରେ ନାମିତ ହେବ ବୋଲି କୁହାଯାଇଥିଲା। ଏଥି ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ଏହାକୁ ଆଜି ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.