ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଓଲଟିଲା ବସ୍ ଅଳ୍ପକେ ବର୍ତ୍ତିଲେ କାଉଡିଆ

0

ଯାଜପୁର: ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଶିବଭକ୍ତ। ଏଭଳି ଘଟଣା ଘଟିଛି ଯାଜପୁର ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ। ଦୁର୍ଘଟଣାରେ ୧୭ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ କାହାର ଜୀବନ ହାନି ହୋଇନାହିଁ। ଆହତଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ହେଲପରଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛିl ବସ୍‌ଟି କେନ୍ଦୁଝରରୁ ଭଦ୍ରକ ଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବଙ୍କୁ ଜଳ ଲାଗି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। କାଉଡିଆ ମାନେ ମନ୍ଦିରରେ ଧାଡି ହୋଇ ଶିବକଙ୍କୁ ଜଳଲାଗି କରୁଛନ୍ତି। ଏହି ଉଦ୍ଦେଶ୍ୟରେ ଏକ ବସ୍‌ ଯୋଗେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ କାଉଡିଆ ମାନେ ଭଦ୍ରକ ଆସୁଥିଲେ।

କିନ୍ତୁ ଭଦ୍ରକରେ ପହଞ୍ଚିବା ପୂର୍ବରୁ ଯାଜପୁରରେ ବୋଲବମ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା। ଚାନ୍ଦପୁର ଛକରେ ବସଟି କୌଣସି କାରଣରୁ ରାସ୍ତାର ଡିଭାଇଡର ଉପରକୁ ଚଢି ଓଲଟିଲା ପଡ଼ିଥିଲା। ଫଳରେ ବସରେ ଥିବା ୧୭ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିଲେ। ଏନେଇ ଖବର ପାଇ ପୋଲିସ ସହ ହେଲ୍ପିଙ୍ଗ୍ ଗ୍ରୁପର ସଦସ୍ୟମାନେ ଘଟଣାସ୍ଥଳରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.