ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦୋକାନୀଙ୍କ ପରିଚୟପତ୍ର ଲେଖିବା ଘଟଣାରେ ଯୋଗୀ ସରକାରଙ୍କୁ ବଡ ଝଟକା

0

ଉତ୍ତରପ୍ରଦେଶ: କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି, ଯଦି ପିଟିସନଦାତା ଅନ୍ୟ କୌଣସି ରାଜ୍ୟକୁ ଏଥିରେ ସାମିଲ କରିବାକୁ ଚାହୁଛନ୍ତି, ତାହାଲେ ସେ ସବୁ ରାଜ୍ୟକୁ ବି ନୋଟିସ୍ ଜାରି କରାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ।

ସୋମବାର ସୁପ୍ରିମକୋର୍ଟ ଦୋକାନରେ ଦୋକାନୀଙ୍କ ପରିଚୟପତ୍ର ଲେଖିବା ବିବାଦ ଉପରେ ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଦେଇଥିବା ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି। ଯେଉଁଥିରେ କାଉଡିଆ ଯାତ୍ରା କରୁଥିବା ରାସ୍ତା ଗୁଡିକରେ ସବୁ ଦୋକାନରେ ନିଜର ପରିଚୟ ପ୍ରଦାନ କରି ବୋର୍ଡ ଲଗାଇବାକୁ କୁହାଯାଇଥିଲା। ଯାହାକୁ ରୋକ ଲଗାଇ କୋର୍ଟ କହିଛନ୍ତି, ଦୋକାନୀମାନଙ୍କୁ ସେମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଦୋକାନୀଟି କେବଳ ଖାଇବାର ମେନ୍ୟୁ, ତାହା ମାଂସାହାରୀ କି ଶାକାହାରୀ ବ୍ୟତୀତ ଅନ୍ୟ କୌଣସି ସୂଚନା ଦେବା ଆବଶ୍ୟକତା ନାହିଁ ବୋଲି ରୋକ ଠୋକ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ।

ତେବେ କହିରଖୁଛୁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂରା ରାଜ୍ୟରେ କାଉଡିଆମାନେ ଯେଉଁ ରାସ୍ତା ଦେଇ ଯାଉଛନ୍ତି, ସେ ସମସ୍ତ ରାସ୍ତାରେ ଥିବା ଦୋକାନ, ଠେଲା, ରେଷ୍ଟୁରାଣ୍ଟ ସବୁଥିରେ ଦୋକାନୀଙ୍କ ନାମ ଲେଖାଥିବା ନେମ୍ ପ୍ଲେଟ୍ ଲଗାଇବାକୁ ଆଦେଶ ଜାରି କରିଥିଲେ। ଯାହା ପ୍ରଥମେ ମୁଜାଫର ନଗରରେ ଲାଗୁକରିଥିବା ବେଳେ ପରେ ପୂରା ରାଜ୍ୟରେ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ସରକାର। ଯାହାକୁ ନେଇ ତେଜିଥିଲା ବିବାଦ।

Leave A Reply

Your email address will not be published.