ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବଜେଟ୍ ୨୦୨୪-୨୫: ଆହୁରି ୫ ବର୍ଷ ମିଳିବ ମାଗଣା ରାସନ

0

ନୂଆଦିଲ୍ଲୀ: ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି। କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ। ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଇଛି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି। ଆହୁରି ୫ ବର୍ଷ ମିଳିବ ମାଗଣା ରାସନ। ଉପକୃତ ହେବେ ଗରିବ ଓ ବଞ୍ଚିତ ଜନସାଧାରଣ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ପ୍ରବାସୀ ତଥା ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ପିଡିଏସ୍ ଅଧୀନରେ ଥିବା ପରିବାରମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦିଆଯାଇଥିବା ସବସିଡିଯୁକ୍ତ ରାସନ ପ୍ରଦାନ କରାଯିବ। ରୋଜଗାର, ଦକ୍ଷତା ତାଲିମ ପାଇଁ ପ୍ରଧାନମନ୍ତ୍ରୀ ପାଞ୍ଚଟି ଯୋଜନାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ପାଞ୍ଚ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକଙ୍କୁ ଉପକୃତ କରିବ। ଏହି ଯୋଜନାଗୁଡିକ ପାଇଁ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ବଜେଟରେ ଗରିବ ଲୋକଙ୍କୁ ଥଇଥାନ ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୮୦କୋଟି ଲୋକ ଉପକୃତ ହେବେ। ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଉଛି। କାରଣ ଗରିବଙ୍କ ପାଇଁ ଅନେକ ଯୋଜନା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ପିଏମ୍‌ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ ଗରିବ, ମହିଳା, ଯୁବକ ଏବଂ କୃଷକଙ୍କୁ ଧ୍ୟାନରେ ରଖି ମୋଦି ୩.୦ ର ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ବିଶ୍ୱର ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୀତି ଦୃଢ ଭାବରେ ବଢୁଛି। ମୁଦ୍ରାସ୍ଫୀତି କମ୍ ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡକୁ ଗତି କରୁଛି।

Leave A Reply

Your email address will not be published.