ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଜେଟ୍ ୨୦୨୪-୨୫: ଆହୁରି ୫ ବର୍ଷ ମିଳିବ ମାଗଣା ରାସନ

0

ନୂଆଦିଲ୍ଲୀ: ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି। କୃଷି କ୍ଷେତ୍ରରେ ଉତ୍ପାଦନ ବଢାଇବାକୁ ଗୁରୁତ୍ବ। ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଇଛି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି। ଆହୁରି ୫ ବର୍ଷ ମିଳିବ ମାଗଣା ରାସନ। ଉପକୃତ ହେବେ ଗରିବ ଓ ବଞ୍ଚିତ ଜନସାଧାରଣ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ପ୍ରବାସୀ ତଥା ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ପିଡିଏସ୍ ଅଧୀନରେ ଥିବା ପରିବାରମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦିଆଯାଇଥିବା ସବସିଡିଯୁକ୍ତ ରାସନ ପ୍ରଦାନ କରାଯିବ। ରୋଜଗାର, ଦକ୍ଷତା ତାଲିମ ପାଇଁ ପ୍ରଧାନମନ୍ତ୍ରୀ ପାଞ୍ଚଟି ଯୋଜନାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ପାଞ୍ଚ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକଙ୍କୁ ଉପକୃତ କରିବ। ଏହି ଯୋଜନାଗୁଡିକ ପାଇଁ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ବଜେଟରେ ଗରିବ ଲୋକଙ୍କୁ ଥଇଥାନ ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୮୦କୋଟି ଲୋକ ଉପକୃତ ହେବେ। ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଉଛି। କାରଣ ଗରିବଙ୍କ ପାଇଁ ଅନେକ ଯୋଜନା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ପିଏମ୍‌ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ ଗରିବ, ମହିଳା, ଯୁବକ ଏବଂ କୃଷକଙ୍କୁ ଧ୍ୟାନରେ ରଖି ମୋଦି ୩.୦ ର ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ବିଶ୍ୱର ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୀତି ଦୃଢ ଭାବରେ ବଢୁଛି। ମୁଦ୍ରାସ୍ଫୀତି କମ୍ ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡକୁ ଗତି କରୁଛି।

Leave A Reply

Your email address will not be published.