ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋଆରେ ଭିଏତନାମର ସାଂସ୍କୃତିକ ଦଳ ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି

0

ଭୁବନେଶ୍ୱର, ୨୩/୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ। ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ। ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ଭାଇସ୍‌-ଡାଇରେକ୍ଟର ଶ୍ରୀ ଭାନ୍ କୋଙ୍ଗ୍ ହୋଆଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ସନ୍ଧ୍ୟାରେ ସୋଆ ଅଡିଟରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି ଦଳର ସଦସ୍ୟମାନେ ଚାମ୍ ନୃତ୍ୟ (ଏହାକୁ ଅପ୍‌ସରା ନୃତ୍ୟ ମଧ୍ୟ କୁହାଯାଏ) ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ନୃତ୍ୟର ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି। ସେହିପରି ସେମାନଙ୍କର ଅନ୍ୟ ନୃତ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ପାଇକ ନୃତ୍ୟ ଭଳି ଜଣାପଡ଼େ।

ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ହୋଆ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ। ସେହିପରି ତାଙ୍କ ଦଳର ସଦସ୍ୟମାନେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। ଅପରାହ୍ଣରେ ସେମାନେ ସୋଆର କ୍ୟାମ୍ପସ୍‌ଗୁଡ଼ିକୁ ପରିଦର୍ଶନ କରିବା ସହ ଆଇଟିଇଆର୍‌ର ସ୍ପୋର୍ଟ୍ସ ସେଂଟର ବୁଲି ଦେଖିଥିଲେ।

Leave A Reply

Your email address will not be published.