ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମୁମ୍ବାଇରେ ବର୍ଷା ତାଣ୍ଡବ

0

ମୁମ୍ବାଇ: ବର୍ଷାରେ ମୁମ୍ବାଇର ଅବସ୍ଥା ନ କହିବା ଭଲ। ଚାରି ଆଡେ ଜଳମଗ୍ନ। ଲଗାତାର ଦୀର୍ଘ ୧୫ ଦିନ ହେବ ବର୍ଷ ଛାଡିବାର ନାଁ ଧରୁନି। କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ଗଛ ଓ ଘର ଧସେଇ ପଡିଲାଣି। ଆଜି ବଡି ଭୋରୁ ମଧ୍ୟ ସେହି ସମାନ ପରିସ୍ଥିତି ଦେଖାଦାଇଛି। ମୁମ୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବାରୁ ଅନେକ ନିବାସୀ ଏହା ତଳେ ଚାପି ହୋଇରହିଥିବା ଜଣାପଡିଛି। ସେପଟେ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ପରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏହା ସହିତ ଏଥିରେ ଆହୁରୀ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରି ଏନ୍‌ଡିଆର୍‌ଏଫ୍‌, ପୋଲିସ, ଅଗ୍ନିଶମ ଦଳ ଏବଂ ନଗରପାଳିକାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୫ଟା ବେଳେ କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇଥିଲେ ବୋଲି କହିଚନ୍ତି ଉଦ୍ଧାରକାରୀ ଦଳର ଟିମ୍। ସୂଚନା ପାଇବା ପରେ, ସେମାନେ ସେଡାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁଇଜଣ ଲୋକ ଫସି ରହିଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହମ୍ମଦ ସିରାଜ ନାମକ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

Leave A Reply

Your email address will not be published.