ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କୋଚିଂ ସେଣ୍ଟରରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ର ମୃତ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ସ୍ଵେରେଜ ପାଣି ପଶିଯିବାରୁ ୩ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଛାତ୍ର ଭାସିଯାଇଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ଛାତ୍ର ମାନଙ୍କୁ ଖୋଜାଖୋଜି ଜାରି ରଖିଛି।

ଗତକାଲି ଦିଲ୍ଲୀ ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଥିବା ଲାଇବ୍ରେରୀରେ କିଛି ଛାତ୍ରଛାତ୍ରୀ ବସି ପାଠ ପଢୁଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ପିଲା ମାନେ ନିଜକୁ ସମ୍ଭାଳି ପାରିନଥିଲେ । ତେବେ କୌଣସି ଡ୍ରେନ କିମ୍ବା ସ୍ଵେରେଜ ଲାଇନ ଫାଟିଯିବାରୁ ଏପରି ପରିସ୍ଥିତି ଉପୁଜିଥିବା କହିଛନ୍ତି ସ୍ଥାନୀୟ ଲୋକ। ବେସମେଣ୍ଟରେ ପାଖାପାଖି ୧୨ଫୁଟର ପାଣି ପ୍ରବାହିତ ହେଉଥିଲା। ଫଳରେ ଅନେକ ଛାତ୍ର ପାଣିର ସ୍ରୋତରେ ଭାସି ଯାଇଥିଲେ।

ସୂଚନା ଅନୁସାରେ, ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏନଡିଆରଏଫ ଟିମ୍ ଏବଂ ଅଗ୍ନିଶମ ବାହିନୀ। ବେସମେଣ୍ଟରୁ ପାଣି ନିଷ୍କାସନ କରିବା ସହିତ ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଟିମ୍। ତେବେ କୋଚିଂ ସେଣ୍ଟର ମାଲିକଙ୍କ କହିବା ଅନୁସାରେ ପାଣି ଆସିବା ପୂର୍ବରୁ ପ୍ରାୟ ଲାଇବ୍ରେରୀରେ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ସେଥିମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଏବେବି କିଛି ଛାତ୍ର ଛାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ସେମାନଙ୍କୁ ଖୋଜିବା ପାଇଁ ଏନଡିଆରଏଫ ଟିମର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.