ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସମ୍ବଲପୁରୀ ଶାଢୀର ପ୍ରଶଂସା କରିଛନ୍ତି ମୋଦି

0

ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି। ତାଙ୍କ ତୃତୀୟ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ। ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଆହୁରି ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀର ଭୁରି ଭୂରି ପ୍ରଶଂସା କରିଛନ୍ତି ମୋଦି। ସମ୍ବଲପୁର ଶାଢ଼ି କଥା କହି ମୋଦି କହିଛନ୍ତି, ଦେଶରେ ଖଦି ଓ ହସ୍ତକାରିଗରୀ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛି ସେ ଓଡିଶାର ସମ୍ବଲପୁର ଶାଢୀ ହେଉକି ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ଫୈଥାନୀ, ହିମାଚଳର ବୁଟିକୋ ସାଲଓ ଜମ୍ମୁ-କାଶ୍ମୀରର କନତସାଓ୍ବାଲ। ଦେଶରେ କୋଣ ଅନୁକୋଣରେ ହସ୍ତକାରିଗରୀମାନେ ଛାଇଯାଇଛନ୍ତି।

ଏହା ସହିତ ସମସ୍ତ ହସ୍ତକାରିଗରିମାନଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି। ଆଜିକାଲି ଯେଉଁଭଳି ହସ୍ତତନ୍ତର ଚାହିଦା ବଢିଲାଣି ତାହା ନିଶ୍ଚିତ ସଫଳଦାୟକ। ଭାରତରେ ହସ୍ତତନ୍ତର ସାମଗ୍ରୀର ବିକ୍ରି ୪୦୦%କୁ ବୃଦ୍ଧି ପାଇଛି। ଆହୁରି ମଧ୍ୟ ଏବେ ଅନେକ ଘରୋଇ କମ୍ପାନୀ ଏଆାଇକୁ ବ୍ୟବହାର କରି ହସ୍ତତନ୍ତ ଉତ୍ପାଦ ଓ ଦୀର୍ଘସ୍ଥାୟୀ ଫ୍ୟାସନକୁ ପ୍ରୋତ୍ସାହିତ କରୁଛନ୍ତି। ଆସନ୍ତା ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ବୋଲି କହିଛନ୍ତି ମୋଦି।

Leave A Reply

Your email address will not be published.