ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

୧୦ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

0

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ରାଜ୍ୟପାଳ ନିଯୁକ୍ତ। ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ରାଜସ୍ଥାନ,ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରରରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି।

ଛତିଶଗଡର ନୂତନ ରାଜ୍ୟପାଳ ଭାବେ ନିୟୁକ୍ତ ହୋଇଛନ୍ତି ରମେନ ଡେକା। ସେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନ ନେବେ। ଓଡ଼ିଆ ପୁଅ ବିଶ୍ୱଭୂଷଣ ହରିଚନ୍ଦନ ଏକ ବର୍ଷ ତଳେ ଅର୍ଥାତ୍ ୨୦୨୩ ଫେବ୍ରୁଆରୀ ୨୩ ତାରିଖରେ ଛତିଶଗଡର ୭ମ ରାଜ୍ୟପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଚଳିତ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପୂର୍ବରୁ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ। ଆସାମର ରାଜ୍ୟପାଳ ଥିବା ଗୁଲାବଚାନ୍ଦ କଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ବନଓ୍ବାରୀଲାଲ୍ ପୁରୋହିତଙ୍କ କାର୍ଯ୍ୟକାଳ ସରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ।

ହରିବାହୁ କିଶାନରାଓ ବଗଡେଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ସେ କଲରାଜ ମିଶ୍ରଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କଲରାଜ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ବିଧାନସଭାର ଅଧ୍ୟକ୍ଷ ଅଛନ୍ତି ହରିଭାଉ। ସେ ପ୍ରଥମ ଥର ରାଜ୍ୟପାଳ ହେବାକୁ ଯାଉଛନ୍ତି।

ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜିଷ୍ଣୁ ଦେବ ବର୍ମାଙ୍କୁ ତେଲେଙ୍ଗାନା ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଏହାପୂର୍ବରୁ ସି.ପି ରାଧାକ୍ରିଷ୍ଣ ତେଲେଙ୍ଗାନାର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି। ସେହିପରି ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱରେ ଥିବା ସି.ପି ରାଧାକ୍ରିଷ୍ଣନଙ୍କୁ ବର୍ତ୍ତମାନ ମହାରାଷ୍ଟ୍ରର ଦାୟିତ୍ୱ ପ୍ରଦାନ କରାଯାଇଛି। ମେଘାଳୟର ରାଜ୍ୟପାଳ ପରିବର୍ତ୍ତନ କରାଯାଇଛି । ଫଗୁ ଚୌହାନଙ୍କ ସ୍ଥାନରେ ସି.ଏଚ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ସିକ୍କିମର ରାଜ୍ୟପାଳ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ବର୍ତ୍ତମାନ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମଣିପୁର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। କେ.କୈଳାଶନାଥନ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ (ପଣ୍ଡିଚେରୀ)ର ନୂଆ ଲେପ୍ଟନାଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି। ୬ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୩ ରାଜ୍ୟରେ ରାଜ୍ୟପାଳ ଅଦଳବଦଳ କରାଯାଇଛି । ତେବେ ନବନିଯୁକ୍ତ ରାଜ୍ୟପାଳମାନେ ବର୍ତ୍ତମାନ ଥିବା ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବା ପରେ ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.