ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍

0

ହୀରାକୁଦ: ହୀରାକୁଦ ଗେଟ୍ ଖୋଲାଯିବା ସମୟରେ ଡ୍ରୋନ ଉଡ଼ାଇ ଭିଡିଓ ରେକର୍ଡ କଲେ ବ୍ଲଗର। ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ। ମିଷ୍ଟର ଓଡିଆ ବ୍ଲଗର ନାମକ ଏକ ଆକାଉଣ୍ଟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଏହାର ଭିଜୁଆଲ ପୋଷ୍ଟ ହୋଇଛି। ଡ୍ୟାମ, ସ୍ପିଲ ଓ୍ବେ ଉପରେ ଡ୍ରୋନ ଉଡ଼ିଥିବା ଜଣାପଡ଼ିଛି। ଏପରିକି ଡ୍ୟାମର ସବୁ ଆଙ୍ଗେଲରୁ ଭିଜୁଆଲ ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ। ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ହୀରାକୁଦରେ ସୁରକ୍ଷା କର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ଡ୍ରୋନ ଉଡିବାକୁ କିପରି ଚିହ୍ନଟ କରିପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ। ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ? କେମିତି ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ହୀରାକୁଦ ନିଷିଦ୍ଧାଞ୍ଚଳକୁ ଗଣମାଧ୍ଯମ ପ୍ରତିନିଧିଙ୍କୁ ମନା ହୋଇଛି। କେବଳ ଡ୍ରୋନ ଉଡି ନାହିଁ ବରଂ ବାହାର ବ୍ଯକ୍ତିବିଶେଷ ଅପରେସନ ଗ୍ଯାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ବି ଭାଇରାଲ ହେଉଛି। ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ଯକ୍ତି ବିଶେଷ କେମିତି ଅପରେସନ ଗ୍ଯାଲେରୀରେ ପଶିଲେ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.