ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

0

ଭୁବନେଶ୍ବର: ବାରମ୍ବାର ସଚେତନ କରିବା ସତ୍ତ୍ୱେ ବି ରାଜଧାନୀରେ ଉପରମୁହାଁ ହେଲାଣି ଡେଙ୍ଗୁ ସଂକ୍ରମଣ। ବର୍ଷା ଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରୁ ରାଜଧାନୀରେ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା। ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା ୨୧୧ରେ ପହଞ୍ଚିଛି। ତେବେ ଧିରେ ଧିରେ ଏହାର ସଂଖ୍ୟା ବୃଦ୍ଧି ହେବା ଚିନ୍ତାର କାରଣ ପାଳଟିଛି।

ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବା ବେଳେ ଗତ ୧୧ଦିନରେ ୯୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ଏହାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ମାସକ ଭିତରେ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି ସ୍ବାସ୍ଥ୍ୟ କର୍ମଚାରୀ ସୂଚନା ଦେଇଛନ୍ତି। ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଖୋର୍ଦ୍ଧାରେ ମୋଟ୍‌ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ବିଏମ୍‌ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ସେପଟେ ବର୍ଷାରେ ବେହାଲ ଭୁବନେଶ୍ବର। ନା ଡ୍ରେନ୍ ସଫା ହେଉଛି, ନା ହୋଇଛି ଡ୍ରେନେଜ ବ୍ୟବସ୍ଥା। ଯେଉଁକାରଣରୁ ଅସରାଏ ବର୍ଷାରେ ରାଜଧାନୀ ପାଣି ପାଣି ହୋଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନଗୁଡିକ ସଫା ନହେବାରୁ ସେଥିରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି ମଶା।। ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇ ରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଫଳରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।

Leave A Reply

Your email address will not be published.