ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

0

ଭୁବନେଶ୍ବର: ବାରମ୍ବାର ସଚେତନ କରିବା ସତ୍ତ୍ୱେ ବି ରାଜଧାନୀରେ ଉପରମୁହାଁ ହେଲାଣି ଡେଙ୍ଗୁ ସଂକ୍ରମଣ। ବର୍ଷା ଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରୁ ରାଜଧାନୀରେ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା। ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା ୨୧୧ରେ ପହଞ୍ଚିଛି। ତେବେ ଧିରେ ଧିରେ ଏହାର ସଂଖ୍ୟା ବୃଦ୍ଧି ହେବା ଚିନ୍ତାର କାରଣ ପାଳଟିଛି।

ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବା ବେଳେ ଗତ ୧୧ଦିନରେ ୯୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ଏହାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ମାସକ ଭିତରେ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି ସ୍ବାସ୍ଥ୍ୟ କର୍ମଚାରୀ ସୂଚନା ଦେଇଛନ୍ତି। ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଖୋର୍ଦ୍ଧାରେ ମୋଟ୍‌ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ବିଏମ୍‌ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ସେପଟେ ବର୍ଷାରେ ବେହାଲ ଭୁବନେଶ୍ବର। ନା ଡ୍ରେନ୍ ସଫା ହେଉଛି, ନା ହୋଇଛି ଡ୍ରେନେଜ ବ୍ୟବସ୍ଥା। ଯେଉଁକାରଣରୁ ଅସରାଏ ବର୍ଷାରେ ରାଜଧାନୀ ପାଣି ପାଣି ହୋଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନଗୁଡିକ ସଫା ନହେବାରୁ ସେଥିରେ ବଂଶ ବିସ୍ତାର କରିବାରେ ଲାଗିଛନ୍ତି ମଶା।। ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇ ରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଫଳରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।

Leave A Reply

Your email address will not be published.