ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମହାନଦୀରେ ଭାସିଗଲେ କାଉଡ଼ିଆ

0

କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ। ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ। ଘାଟରେ ପାଣି ଉଠାଇବା ବେଳେ ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି। ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ। ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରବିବାର ୨୮ ତାରିଖରେ ମଧ୍ୟ ଗଡଗଡିଆ ଘାଟରେ କାଉଡିଆ ପାଣି ଉଠାଇବା ବେଳେ ଅଘଟଣ ଘଟିଥିଲା। ପାଣି ଉଠାଇବା ବେଳେ ୨ ଜଣ ପାଣିରେ ଭାସିଯାଇଥିଲେ। ଜଣକୁ ସେଠାରେ ଥିବା କାଉଡିଆ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ଯାଇଥିଲେ। ଅଗ୍ନିଶମବାହିନୀ ଖୋଜାଖୋଜି କରି ଉକ୍ତ କାଉଡିଆର ମୃତଦେହ ଉଦ୍ଧାର କରିଥିଲେ।

Leave A Reply

Your email address will not be published.