ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ବନ୍ଦ

0

ଭୁବନେଶ୍ବର: ଆସନ୍ତା ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଅଟୋ ଚଳାଚଳ। ବିଭିନ୍ନ ସମସ୍ୟା ଓ ଦାବି ନେଇ ଓଡ଼ିଶା ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଦାବି ପୂରଣ ହେଉ ନ ଥିବାରୁ ଶେଷରେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଗ୍ରୁପ୍‌ ବଡ଼ ଆନ୍ଦୋଳନ ଡାକରା ଦେଇଛି। ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗ୍ରୁପ୍‌ ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ସୂଚନାନୁସାରେ, ଘରୋଇ ନମ୍ବର ପ୍ଲେଟ୍‌ ସହ ଓଲା, ରାପିଡୋ ଓ ଉବରର ଦୁଇଚକିଆ ଯାନ ଯାତାୟାତ କରୁଛି। ତେବେ ମାତ୍ରାଧିକ ସଂଖ୍ୟାରେ ଏହି ଯାନ ଚଳାଚଳ ଦ୍ୱାରା ସାଧାରଣ ଅଟୋ ଚାଳକଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ସେମାନେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ପ୍ରଭାବ ନ ପଡ଼ିବାରୁ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ନାୟକ କହିଛନ୍ତି।

Leave A Reply

Your email address will not be published.