ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ବନ୍ଦ

0

ଭୁବନେଶ୍ବର: ଆସନ୍ତା ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଅଟୋ ଚଳାଚଳ। ବିଭିନ୍ନ ସମସ୍ୟା ଓ ଦାବି ନେଇ ଓଡ଼ିଶା ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଦାବି ପୂରଣ ହେଉ ନ ଥିବାରୁ ଶେଷରେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଗ୍ରୁପ୍‌ ବଡ଼ ଆନ୍ଦୋଳନ ଡାକରା ଦେଇଛି। ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗ୍ରୁପ୍‌ ଅଧ୍ୟକ୍ଷ ଦୀନବନ୍ଧୁ ନାୟକଙ୍କ ସୂଚନାନୁସାରେ, ଘରୋଇ ନମ୍ବର ପ୍ଲେଟ୍‌ ସହ ଓଲା, ରାପିଡୋ ଓ ଉବରର ଦୁଇଚକିଆ ଯାନ ଯାତାୟାତ କରୁଛି। ତେବେ ମାତ୍ରାଧିକ ସଂଖ୍ୟାରେ ଏହି ଯାନ ଚଳାଚଳ ଦ୍ୱାରା ସାଧାରଣ ଅଟୋ ଚାଳକଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ସେମାନେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ପ୍ରଭାବ ନ ପଡ଼ିବାରୁ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ନାୟକ କହିଛନ୍ତି।

Leave A Reply

Your email address will not be published.