ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଗୋଟିଏ ବି ଦାନା ଚୋରି ହବନି କି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ

0

ମୟୂରଭଞ୍ଜ: ମଧ୍ୟାହ୍ନଭୋଜନ ଚାଉଳ ବସ୍ତାରେ କମ୍‌ ପରିମାଣ ରହିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ସୂଚନାନୁସାରେ, ଜିଲ୍ଲା ରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନଭୋଜନ ଚାଉଳ ବସ୍ତାରେ କମ୍‌ ପରିମାଣକୁ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାନସଭା ଗୃହରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ଶନିବାର ଶୁଳିଆପଦାସ୍ଥିତ ଏସ୍‌ଏସ୍‌ଏମ୍‌ ଚାଉଳ ମିଲ୍‌ରେ ପହଞ୍ଚ ଅନୁଧ୍ୟାନ କରିଥିଲେ। ଚାଉଳ ବସ୍ତା ପ୍ରତି ୫୦ କେଜି ବଦଳରେ କମ୍‌ ପରିମାଣର ଚାଉଳକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି।

ଏହା ସହିତ ଚାଷୀଙ୍କୁ କୁଇଣ୍ଟାଲ ପିଛା ଧାନର ଏମ୍‌ଏସ୍‌ପି ୩୧ଶହ ଟଙ୍କା ପ୍ରଦାନ ବ୍ୟବସ୍ଥା ନେଇ ମନ୍ତ୍ରୀ ଆଲୋଚନା କରିଥିଲେ। ମଧ୍ୟାହ୍ନଭୋଜନ ପାଇଁ ଦିଆଯାଉଥିବା ଚାଉଳ ବସ୍ତାରେ କମ୍‌ ପରିମାଣ ରହିବା ଓ ଅନିୟମିତତା ଅଭିଯୋଗକ୍ରମେ ଜିଲ୍ଲାରେ ଥିବା ଚାଉଳ ମିଲ୍‌ଗୁଡ଼ିକ ସେ ପରିଦର୍ଶନ କରି କହିଛନ୍ତି ଯେ,ଗୋଟିଏ ବି ଦାନା ଚୋରି ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ।

Leave A Reply

Your email address will not be published.