ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ନିଷ୍ପତ୍ତି: ଭିଜିଲାନ୍ସରେ ୪୮ନୂଆ ପଦବୀ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି
୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି
ନୂଆବର୍ଷରେ ଜନସମୁଦ୍ର ଶ୍ରୀକ୍ଷେତ୍ର, ବ୍ୟାରିକେଡ୍‌ ଭାଙ୍ଗିଲେଭକ୍ତ
ନୂଆବର୍ଷରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌ ଅଧିକାରୀ
୧୯୯୩ ବ୍ୟାଚ୍‌ର ୩ ଆଇପିଏସ୍‌ ବିନୟତୋଷ ମିଶ୍ର, ଆର୍‌ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’

ମନ୍ଦିର କାନ୍ଥ ଭୁଶୁଡି ୯ ଶିଶୁ ମୃତ

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି।ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି। ତେବେ ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ମଧ୍ୟରେ ହେବ।

ସୂଚନା ଅନୁସାରେ, ଶାହପୁରର ହରଦୌଲ ମନ୍ଦିରରେ ଶ୍ରାବଣ ମାସରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ରବିବାର ଛୁଟିଦିନ ଥିବାରୁ ବହୁ ସଂଖ୍ୟାରେ ପିଲା ମଧ୍ୟ ଏଠାକୁ ଆସିଥିଲେ। ପିଲାମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ବସିଥିବାବେଳେ ମନ୍ଦିର ପରିସରରେ ଥିବା ପ୍ରାୟ ୫୦ ବର୍ଷ ପୁରୁଣା ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହି କାନ୍ଥ ପିଲାମାନଙ୍କ ଉପରେ ପଡ଼ିଥିଲା, ଯଦ୍ଵାରା ୯ ଜଣ ପିଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏଥିସହ ଗୁରୁତର ଭାବେ ଆହତ ହୋଇଥିବା ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମୃତକଙ୍କ ପରିବାରକୁ ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆହତମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.