ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି। ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ବାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି।

ଲାଲା ମନୋଜ କୁମାର ରାୟଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡିଜି ଭାବେ ଦାୟିତ୍ବ ମିଳିଛି, ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ, ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ, ସେହିପରି, ମନୋଜ କୁମାର ସ୍ୱାଇଁଙ୍କୁ ବିଡିଏର ଯୁଗ୍ମ କମିଶନର ଭାବେ ମିଳିଲା ଦାୟିତ୍ବ ।

ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ତ୍ବ ମିଳିଛି । ସେହିପରି ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାରର ସ୍ୱତନ୍ତ୍ର ସଚିବ, ଏସକେ ଜମିରୁଦ୍ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନର ଅତିରିକ୍ତ ସଚିବ । ମାନସ ରଞ୍ଜନ ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସେହିଭଳି ସୁରଞ୍ଜନ ପ୍ରଧାନଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି ।
ସେହିପରି ସରୋଜ କୁମାର ରାଉତଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଥିବାବେଳେ, ଅରୂପ କୁମାର ସାହୁ, ଅତିରିକ୍ତ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ, ପୂର୍ଣ୍ଣଚନ୍ଦ୍ର ଦଳେଇ, ଅତିରିକ୍ତ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ, ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୈଳାସ ଚନ୍ଦ୍ର ଦାସ, ଯୁଗ୍ମ କମିଶନର, ଭୁବନେଶ୍ୱର ମହାନଗର ନିଗମ, ରଶ୍ମୀରଞ୍ଜନ ସାହୁ ମୁଖ୍ୟ, ଜେନେରାଲ ମ୍ୟାନେଜର, ଓସଡମା, ଅଞ୍ଜନ କୁମାର ଦାସ, ଯୁଗ୍ମ ସଚିବ, ସାଧାରଣ ପ୍ରଶାସନ ବିଭାଗ, ଅରୁଣ କୁମାର ମଲ୍ଲିକ, ଯୁଗ୍ମ ସଚିବ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଦୀନକୃଷ୍ଣ କର, ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ।

ଏହାଛଡା ଅନ୍ୟ ବରିଷ୍ଠ ଓଏଏସ୍‌ଙ୍କୁ ମଧ୍ୟ ମିଳିଛି ନୂଆ ଦାୟିତ୍ୱ। ପ୍ରତାପ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ, ସାଧାରଣ ଉଦ୍ୟୋଗ ବିଭାଗ, ସୁକାନ୍ତ କୁମାର ବେହେରା, ସଚିବ, ଓଡ଼ିଶା ମାନବାଧିକାର କମିଶନ, କୃତିବାସ ରାଉତ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ବିବେକାନନ୍ଦ ସାହୁ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଥିକା ସ୍ୱାଇଁ, ଅତିରିକ୍ତ କମିଶନର, ଚକବନ୍ଦୀ ଓ ବନ୍ଦୋବସ୍ତ,ବାଲେଶ୍ୱର, ସବ୍ୟସାଚୀ ହୋତା, ଜେନେରାଲ ମ୍ୟାନେଜର, ଓକାକ୍‌, ଭୁବନେଶ୍ୱର, ଚିନ୍ମୟ କୁମାର ଆଚାର୍ଯ୍ୟ, ଯୁଗ୍ମ ସଚିବ, ସଂସଦୀୟ ବ୍ୟାପାର ଭାବେ ଦାୟିତ୍ବ ମିଳିଛି । ଅନ୍ୟପଟେ, କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି ।

Leave A Reply

Your email address will not be published.