ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମୋଦିଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ ଟିମ୍

0

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେପି ସାଂସଦ ଟିମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ସାଂସଦଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଛି ଆଲୋଚନା।
ସୂଚନା ଅନୁସାରେ, ପୂର୍ବରୁ ସେମାନେ କେତେଥର ନିର୍ବାଚିତ ହୋଇଛନ୍ତି ବୋଲି ପଚାରି ବୁଝିବା ସହ ସେମାନଙ୍କର ବିଷୟରେ ସଂକ୍ଷେପରେ ପଚାରିଛନ୍ତି ମୋଦି। ଏହାସହ ନିଜ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀର ବ୍ୟୟବରାଦ ତଥା ବଜେଟ୍ ସମ୍ବନ୍ଧରେ ସାଂସଦମାନଙ୍କୁ ପଚାରି ବୁଝିଛନ୍ତି ମୋଦି। ନିଜ ନିଜ ସଂସଦୀୟ କ୍ଷେତ୍ରର ବଜେଟ ସମ୍ପର୍କରେ ଆଲୋଚନା କରିବା ସହ ନିଜ ସମ୍ପର୍କରେ ଓ କେତେ ଥର ନିର୍ବାଚିତ ହୋଇଛନ୍ତି ସେସବୁ ବିଷୟରେ କହିଛନ୍ତି ସାଂସଦ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ଆରମ୍ଭ କରି ଅଶ୍ବିନୀ ବୈଷ୍ଣବ, ପ୍ରଦୀପ ପୁରୋହିତ, ଭର୍ତ୍ତୃହରି ମହତାବ, ସଙ୍ଗୀତା କୁମାରୀ ସିଂ ଦେଓ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.