ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମୋଦିଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ ଟିମ୍

0

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେପି ସାଂସଦ ଟିମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ସାଂସଦଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଛି ଆଲୋଚନା।
ସୂଚନା ଅନୁସାରେ, ପୂର୍ବରୁ ସେମାନେ କେତେଥର ନିର୍ବାଚିତ ହୋଇଛନ୍ତି ବୋଲି ପଚାରି ବୁଝିବା ସହ ସେମାନଙ୍କର ବିଷୟରେ ସଂକ୍ଷେପରେ ପଚାରିଛନ୍ତି ମୋଦି। ଏହାସହ ନିଜ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀର ବ୍ୟୟବରାଦ ତଥା ବଜେଟ୍ ସମ୍ବନ୍ଧରେ ସାଂସଦମାନଙ୍କୁ ପଚାରି ବୁଝିଛନ୍ତି ମୋଦି। ନିଜ ନିଜ ସଂସଦୀୟ କ୍ଷେତ୍ରର ବଜେଟ ସମ୍ପର୍କରେ ଆଲୋଚନା କରିବା ସହ ନିଜ ସମ୍ପର୍କରେ ଓ କେତେ ଥର ନିର୍ବାଚିତ ହୋଇଛନ୍ତି ସେସବୁ ବିଷୟରେ କହିଛନ୍ତି ସାଂସଦ।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ଆରମ୍ଭ କରି ଅଶ୍ବିନୀ ବୈଷ୍ଣବ, ପ୍ରଦୀପ ପୁରୋହିତ, ଭର୍ତ୍ତୃହରି ମହତାବ, ସଙ୍ଗୀତା କୁମାରୀ ସିଂ ଦେଓ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.