ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ମାଟିତଳୁ ମିଳିଲା ନକ୍ସଲ ଲୁଚାଇଥିବା ୩୮ ଲକ୍ଷ ଟଙ୍କା

0

ଛତିଶଗଡ: ଛତିଶଗଡ ଗରିଆବନ୍ଧ ପୋଲିସର ବଡ ସଫଳତା। ମାଟି ତଳେ ପୋତା ଯାଇଥିଲା ୩୮ ଲକ୍ଷ ଟଙ୍କା। ଗାତ ଖୋଳି ସେହି ଟଙ୍କାକୁ ଜବତ କରିଛି ସିଆର୍‌ପିଏଫ୍‌ ଯବାନ ଓ ଛତିଶଗଡ଼ ପୁଲିସ୍‌। ଏଥିସହ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ନକ୍ସଲମାନେ ସେହି ଟଙ୍କା ଓ ମାରଣାସ୍ତ୍ର ପୋତି ରଖିଥିବା ଜଣାପଡ଼ିଛି। ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୋଲିସ ମଙ୍ଗଳବାର ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ସହ ୩୮ ଲକ୍ଷ ଟଙ୍କା ଜବତ କରିଛି।

ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ପକ୍ଷରୁ ଗତ ୧୦ ତାରିଖରୁ ଛୋଟେ ଗବରା ଏବଂ ପେଣ୍ଡ୍ରା ଜଙ୍ଗଲରେ ତଲାସି ଆରମ୍ଭ ହୋଇଥିଲା। ଦୁଇ ଦିନଧରି ଜାରି ରହିଥିବା ତଲାସିରେ ମାଓବାଦୀମାନେ ମାଟି ତଳେ ଲୁଚାଇଥିବା ଡମ୍ପକୁ ପୋଲିସ ଟିମ୍‌ ଠାବ କରିଥିବା ବେଳେ ସେଥିରୁ ୩୮ ଲକ୍ଷ ଟଙ୍କା ଜବତ କରାଯାଇଛି। ମିଳିଥିବା ୩୮ ଲକ୍ଷ ମଧ୍ୟରେ ରହିଛି ୬ ବଣ୍ଡଲ ୨ ହଜାରିଆ ନୋଟ୍‌ ରହିଛି । ବିମୁଦ୍ରାକରଣ ବେଳେ ନକ୍ସଲ ଟଙ୍କା ବଦଳାଇ ପାରିନଥିବା ଅନୁମାନ କରାଯାଉଛି ।

ଏଥିସହ ୨୩ ବିଜିଏଲ, ୨ଟିଫିନ୍‌ ବୋମା, ୧୩ ଡେଟୋନେଟର, ଫିଉଜ୍‌ ତାର, ୨କେଜି ବାରୁଦ, ୟୁରିଆ, ୨ ଫ୍ଲାସ ଲାଇଟ୍‌, ୩ ମଲ୍ଟି ମିଟର, ସେନ୍ସର ରିମୋଟ, ମାଓବାଦୀ ପୋଷାକ, କଳା କପଡା ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଥିଲେ। ଏହା ପରେ ଏହି ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.