ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ

0

ନୂଆଦିଲ୍ଲୀ: ଅବସରର ୮ ମାସ ପରେ ବି ସରକାରୀ ବଙ୍ଗଳା ଖାଲି କରିନାହାନ୍ତି। ତେଣୁ ତୁରନ୍ତ ଖାଲି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେହି ବାସଭବନ ବର୍ତ୍ତମାନର ସିଜେଆଇଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଜଷ୍ଟିସ୍‍ ଚନ୍ଦ୍ରଚୂଡଙ୍କୁ ଖାଲି କରିବାକୁ କୁହାଯାଇଛି। ଏନେଇ କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ସର୍ବୋଚ୍ଚ ଅଦାଲତ। ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରଚୂଡ଼। ଏହି ବଙ୍ଗଳା ବର୍ତ୍ତମାନ ଆବଶ୍ୟକ ଥିବା କହିଛନ୍ତି ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ।

ଚନ୍ଦ୍ରଚୂଡ଼ କହିଛନ୍ତି, ମୁଁ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀରେ କାମ କରିଛି। ମୋର ଦାୟିତ୍ୱବୋଧ ବିଷୟରେ ମୁଁ ଭଲଭାବେ ଅବଗତ । ଦୁଇ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଦିଲ୍ଲୀ ଏମ୍ସରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା କହିଛନ୍ତି। ଏସବୁ ସମସ୍ୟା କାରଣରୁ ସିଫ୍ଟ କରିପାରୁ ନାହିଁ। କାରଣ ମୋତେ ଘର ଭିତରେ ICU ସେଟ୍‌ ଅପ୍‌ ନିହାତି ଦରକାର।

ସେ କହିଛନ୍ତି ଯେ, ମୋ ପାଖରେ ଥିବା ସରକାରୀ ଘରଟିର ବହୁତ ମରାମତି ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ହେବା ପାଇଁ ଆମେ ଅପେକ୍ଷା କରିଛୁ। ଘରଟି ପ୍ରସ୍ତୁତ ହେବା ମାତ୍ରେ, ଆମେ ତୁରନ୍ତ ସେଠାକୁ ସ୍ଥାନାନ୍ତରିତ ହେବୁ। ଆମର ପ୍ୟାକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ସିଜେଆଇଙ୍କ ସରକାରୀ ବାସଭବନକୁ ଖାଲି କରିବାକୁ ଚିଠି ଲେଖିଥିଲା ।

ଚନ୍ଦ୍ରଚୂଡ଼ କହିଛନ୍ତି, “ମୋ ଦୁଇ ଝିଅଙ୍କୁ ଏମିତି ଏକ ଘର ଆବଶ୍ୟକ ଯେଉଁଠି ହସ୍ପିଟାଲ ପରି ଚିକିତ୍ସା ସୁବିଧା ବ୍ୟବସ୍ଥିତ ଢଙ୍ଗରେ ଥିବ। କାରଣ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଏହି ବଙ୍ଗଳାରେ ମୁଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲି। ତେଣୁ ମୋ ପରେ ହୋଇଥିବା ସିଜେଆଇ ଜଷ୍ଟିସ ଖାନ୍ନାଙ୍କଠାରୁ ମୁଁ ଏପ୍ରିଲ ଯାଏଁ ରହିବା ନେଇ ଅନୁମତି ବି ନେଇଥିଲି। ପରେ ବର୍ତ୍ତମାନର ସିଜେଆଇ ଜଷ୍ଟିସ ବି ଆର ଗଭାଇଙ୍କଠାରୁ ଜୁନ୍ ଯାଏଁ ଅନୁମତି ଲୋଡିଥିଲି । “

ସୂଚନାଯୋଗ୍ୟ, ନଭେମ୍ବର ୨୦୨୨ରୁ ନଭେମ୍ବର ୨୦୨୪ ଯାଏଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ ଡି ୱାଇ ଚନ୍ଦ୍ରଚୂଡ। ୧୦ ନଭେମ୍ବର ୨୦୨୪ରେ ସେ ଅବସର ନେଇଥିଲେ। ହେଲେ ଅବସରକୁ ୮ ମାସ ହୋଇଥିଲେ ବି ଏଯାଏଁ ସରକାରୀ ବଙ୍ଗଳା ଖାଲି କରିପାରିନାହାନ୍ତି ସେ। ସରକାରୀ ନିୟମ ଅନୁସାରେ, କୌଣସି ସିଜେଆଇ ଅବସରର ୬ ମାସ ଯାଏଁ ସରକାରୀ ବଙ୍ଗଳାରେ ରହିପାରିବେ।

Leave A Reply

Your email address will not be published.