ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ୨୦ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା

0

–  ନବ ଯୌବନ ଦର୍ଶନରୁ ସୁନାବେଶ ପର୍ଯ୍ୟନ୍ତ ୧୧  ଦିନ ବ୍ୟାପୀ ଅନ୍ନ ସେବା

ଭୁବନେଶ୍ୱର, ୭ ଜୁଲାଇ ୨୦୨୫: ପୁରୀର ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବାର ଏହାର ଦୀର୍ଘ ପରମ୍ପରାକୁ ଜାରି ରଖି, ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ଏହି ବର୍ଷ ଭକ୍ତମାନଙ୍କ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭୋଜନ ସେବା ଯୋଗାଇ ଦେଇଛି। ନବଯୌବନ ଦର୍ଶନ ଦିନ ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ୧୧ ଦିନ ଧରି ଜିନ୍ଦଲ ଫାଉଣ୍ଡେସନ ସତେଜ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲା ।

ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା ଯୋଗାଇବା ପାଇଁ ରେଳ ଷ୍ଟେସନ ନିକଟ ଏବଂ ଗୁଣ୍ଡିଚା ମନ୍ଦିର ପାଖ ବସ୍ ଷ୍ଟାଣ୍ଡରେ ଦୁଇଟି ବଡ଼ ଷ୍ଟଲ୍ ଖୋଲାଯାଇଥିଲା। ଏହି ଷ୍ଟଲ ଗୁଡିକରେ ସତେଜ ରନ୍ଧା ଯାଇଥିବା ପୁ୍ଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ଯଥା; ଅରୁଆ ଅନ୍ନ, ଡାଲମା ଏବଂ ଖଟା ପ୍ରଦାନ କରାଯାଇ ଥିଲା। ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଆଧ୍ୟାତ୍ମିକ ଭାବାବେଗକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିଲା। ୧୬୦ରୁ ଅଧିକ ସମର୍ପିତ ସ୍ବେଛାସେବୀ ଓ କର୍ମଚାରୀ ନିରନ୍ତର ଭାବେ ରନ୍ଧନ, ପରିବହନ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ  ଥିଲେ। ମାନ୍ୟବର ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ବସ୍ ଷ୍ଟାଣ୍ଡ ଷ୍ଟଲର ଶୁଭାରମ୍ଭ କରିଥିବା ବେଳେ, ରେଳ ଷ୍ଟେସନ ପାଖ ଷ୍ଟଲକୁ ଏଡିଆରଏମ ଶ୍ରୀ ଡିକେ ବେହେରା ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ରଥଯାତ୍ରା ସମୟରେ ଜଣେ ବି ଶ୍ରଦ୍ଧାଳୁ ଯେପରି ଭୋକରେ ରହିବେ ନାହିଁ ସେଥିପାଇଁ ବିଗତ ୧୧ ବର୍ଷ ଧରି ଆମର ଏହି ସମର୍ପିତ ପ୍ରୟାସ ଜାରି ରହିଛି। ଏହି ପବିତ୍ର ଶ୍ରଦ୍ଧା ଓ ଏକତାର ପର୍ବରେ ଆମେ ସେବା କରିପାରୁଥିବାରୁ ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଉଛୁ “। ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ, ଜିନ୍ଦଲ ଫାଉଣ୍ଡେସନ୍ ୨୦୧୫ ମସିହାରୁ ରଥଯାତ୍ରା ମହୋତ୍ସବ ସମୟରେ ଭକ୍ତମାନଙ୍କୁ ସେବା କରିଆସୁଛି ।

ଭୋଜନ ସେବା ବ୍ୟତୀତ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ୧୦ ହଜାର ଓଆରଏସ ପ୍ୟାକେଟ ବଣ୍ଟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ଆଗଧାଡ଼ିର ସ୍ବେଛାସେବୀଙ୍କ ସହାୟତା ପାଇଁ, ଫାଉଣ୍ଡେସନ ୬୦୦ ରେନକୋଟ୍ ମଧ୍ୟ ପ୍ରଦାନ କରା ଯାଇଥିଲା। ହଜାରେ ଲିଟର ଧାରଣ କ୍ଷମତାବିଶିଷ୍ଟ  ୩ ଟି ଶୀତଲ ପାନୀୟ ଜଳ ଟ୍ୟାଙ୍କର ନିରନ୍ତର ଭାବେ ନିୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ତଥା ରଥଯାତ୍ରାରେ ସୁପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ୫୦ ଟି ବାୟୋଟୟଲଟ ମଧ୍ୟ  ପ୍ରଦାନ କରାଯାଇଥିଲା। ଉତ୍ସର୍ଗୀକୃତ ସେବା ଓ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ଜିନ୍ଦଲ ଫାଉଣ୍ଡେସନକୁ ଉଚ୍ଚ ପ୍ରଶଂସା କରାଯାଇଛି

Leave A Reply

Your email address will not be published.