ପ୍ରମୁଖ ଖବର

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ରଥ ଚକାରେ ଚାପି ହୋଇ ୬ ଆହତ

0

ସୋନପୁର: ସୋନପୁର ଜିଲା ବିନିକା ବ୍ଲକ କଂସାରୀପଡ଼ା ବାହୁଡ଼ାଯାତ୍ରାରେ ବଡ଼ ଅଘଟଣ ଘଟିଛି। ରଥ ଚକାରେ ଚାପିହୋଇ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ,୪ ଜଣ ଆହତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.