ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଘରେ ନିଆଁ ଲାଗି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ଭାଇଭଉଣୀ। ଏଥିରେ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି। ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି। ତେବେ ଘରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ। ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଘଟଣାକୁ ନେଇ ଗ୍ରଆମରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ବାପାମା’ ବାହାରେ କୌଣସି କାମ କରୁଥିବା ବେଳେ ଭାଇଭଉଣୀ ଘରେ ଥିଲେ। ଏହି ସମୟରେ ଘରେ ନିଆଁ ଲାଗିଯାଇଥିଲା। ଭାଇଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା। ସେତେବେଳକୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.