ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା

0

ପୁରୀ: ବଲିଉଡ ସୁନ୍ଦରୀ ତଥା କୋଲକାତା ନାଇଟ ରାଇଡର୍ସର ସହ-ମାଲିକ ଅଭିନେତ୍ରୀ ଜୁହି ଚାୱଲା ଆଜି ପୁରୀ ଆସି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଇଣ୍ଡିଆନ୍ ପ୍ରିମୀୟର ଲିଗ୍ ରେ କେକେଆରର ଧମାକାଦାର ବିଜୟ ପାଇଁ ସେ ମହାପ୍ରଭୁଙ୍କୁ ଶ୍ରେୟ ଦେବା ସହ ମହାପ୍ରଭୁଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରି ବେଶ୍ ଭାବବିଭୋର ହୋଇପଡିଥିବା କହିଛନ୍ତି ଜୁହି ଚାୱଲା।

ଏକାଦଶୀର ଦିନରେ ଦର୍ଶନ ସୌଭାଗ୍ୟ ପାଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି। ଗତ କିଛିଦିନ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ଥ କରିଥିଲେ। ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି। ଆଗାମୀ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ବହୁତ୍ କିଛି କରିବାର ଅଛି। ସମାଜ ପାଇଁ ଭଲ କାମ ସହ ଫିଲ୍ମ ରେ କାମ କରିବା ଜାରି ରହିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.