ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍

0

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ। ଆକ୍ସନ ମୁଡରେ ଭିଜିଲାନ୍ସ। ଆଜି ସକାଳେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍। ଏକକାଳୀନ କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡା ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ। ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ହୋଇଛି।

କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁନନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର, ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି। ଚଢ଼ାଉ ଜାରି ରହିଥିବାରୁ ପ୍ରଦୀପଙ୍କର କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ରେଡ୍‌ ସରିବା ପରେ ହିଁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଏହି ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଦୀପଙ୍କ ଉପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା। ପରେ ଘଟଣା ତଦନ୍ତ କରାଯାଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Leave A Reply

Your email address will not be published.