ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା

0

ପୁରୀ: ବଲିଉଡ ସୁନ୍ଦରୀ ତଥା କୋଲକାତା ନାଇଟ ରାଇଡର୍ସର ସହ-ମାଲିକ ଅଭିନେତ୍ରୀ ଜୁହି ଚାୱଲା ଆଜି ପୁରୀ ଆସି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଇଣ୍ଡିଆନ୍ ପ୍ରିମୀୟର ଲିଗ୍ ରେ କେକେଆରର ଧମାକାଦାର ବିଜୟ ପାଇଁ ସେ ମହାପ୍ରଭୁଙ୍କୁ ଶ୍ରେୟ ଦେବା ସହ ମହାପ୍ରଭୁଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରି ବେଶ୍ ଭାବବିଭୋର ହୋଇପଡିଥିବା କହିଛନ୍ତି ଜୁହି ଚାୱଲା।

ଏକାଦଶୀର ଦିନରେ ଦର୍ଶନ ସୌଭାଗ୍ୟ ପାଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି। ଗତ କିଛିଦିନ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ଥ କରିଥିଲେ। ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି। ଆଗାମୀ ଦିନରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ବହୁତ୍ କିଛି କରିବାର ଅଛି। ସମାଜ ପାଇଁ ଭଲ କାମ ସହ ଫିଲ୍ମ ରେ କାମ କରିବା ଜାରି ରହିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.