ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଆଜୀବନ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ ଦାରା ସିଂ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଓଡିଶା ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ଜେଲ୍‌ରୁ ମୁକୁଳିବା ପାଇଁ ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲ୍‌ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସମୟ ପୂର୍ବରୁ ରବିନ୍ଦ୍ର ପାଲ ଓରଫ ଦାରା ସିଂଙ୍କ ଜମାନତ ନେଇ ନୋଟିସରେ ରାଜ୍ୟ ସରକାରଙ୍କ ମତାମତ ମାଗିଛନ୍ତି କୋର୍ଟ।

୧୯୯୯ ମସିହାରେ କେନ୍ଦୁଝରରେ ଜଣେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ପୋଡି ହତ୍ୟା କରି ଗିରଫ ହୋଇଥିଲେ ଦାରା ସିଂ। ଗତ ୨୪ ବର୍ଷ ହେଲା ଦାରା ସିଂ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ସେ ଆଜୀବନଠାରୁ ଅଧିକ ବର୍ଷ ଜେଲ୍‌ରେ ରହିଲେଣି। ବହୁଦିନ ଜେଲରେ ରହିବା ପରେ ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଏକ ଦୟାପୂର୍ବକ ପିଟିସନ ଜାରି କରିଛନ୍ତି ଖୋଦ୍ ଦାରା। ଏହା ସହିତ ରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଦୟା ପୂର୍ବକ ଜାମିନ ଦେବା ପାଇଁ ଆବେଦନ କରିଛନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହା ଉପରେ ମତାମତ ମାଗି ନୋଟିସ୍ ଜାରି କରିଛନ୍ତି। ଏହାସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଏଥିସହିତ ଦାରାଙ୍କ ସମେତ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମ ମଧ୍ୟ ଦୟା ପୂର୍ବକ ଜାମିନ ପାଇଁ ଆବେଦନ କରିଛନ୍ତି । ଏହା ନେଇ ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ଆବେଦନ କରିଛନ୍ତି ତେଲେଙ୍ଗାନାର ବିଜେପି ବିଧାୟକ ତଥା ସିଂଙ୍କ ଭାଇ ଟି ରାଜା ସିଂ। ସର୍ବୋଚ୍ଚ ନ୍ୟାୟାଳୟ ଜଷ୍ଟିସ୍‌ ହୃଷୀକେଶ ରାୟ ଓ ଜଷ୍ଟିସ ଏସ୍‌ ଭି ଏନ୍‌ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି। ପୂର୍ବରୁ ଷ୍ଟେଟ୍‌ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ।

ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରି ୨୧ ତାରିଖରେ ଦାରା ସିଂହ ଓ ତାଙ୍କର କିଛି ସମର୍ଥକ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍‌ସ ଓ ତାଙ୍କର ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂ ଓ ତାଙ୍କ ସାଥିକୁ ଗିରଫ କରିଥିଲେ ତତ୍କାଳୀନ କେନ୍ଦୁଝର ଏସପି ତଥା ଓଡିଶାର ନୂଆ ଡିଜିପି ଓ୍ବାଇ ବି ଖୁରାନିଆ ।

ଏହାପରେ ୨୦୦୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। କିନ୍ତୁ ଆଜୀବନ କାରାଦଣ୍ଡର ସମୟ ଠାରୁ ଅଧିକ ବର୍ଷ ଜେଲ୍‌ରେ ରହିଲେଣି ଦ୍ୱାରା ସିଂ ସେଥିପାଇଁ ମୁକ୍ତି ମାମଲାରେ ଓଡିଶା ସରକାରଙ୍କ ମତାମତ ଲୋଡିଛନ୍ତି କୋର୍ଟ ।

Leave A Reply

Your email address will not be published.