ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଅସିତ୍ ତ୍ରିପାଠୀଙ୍କ ଇସ୍ତଫା

0

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ। ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

୨୦୨୦ ମସିହାରୁ ଅସିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। କିନ୍ତୁ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ପୂର୍ବରୁ ଥିବା ନିଗମ ବା ବୋର୍ଡରୁ ଅନେକ ଅଧ୍ୟକ୍ଷ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ବେଳେ କିଛି ଅଧ୍ୟକ୍ଷଙ୍କୁ ବିଦା କରାଯାଇଥିଲା। ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅସିତ ତ୍ରିପାଠୀଙ୍କୁ ନେଇ ଚାଲିଥିଲା।

ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ସଚିବ ଭାବେ ୨୦୨୦ ଡିସେମ୍ବର ୩୧ରେ ଅବସର ନେବା ପୂର୍ବରୁ ତାଙ୍କୁ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ସରକାର ଥଇଥାନ ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଥିଲେ। ସେ ବିଜେଡି ସରକାରଙ୍କ ଫେଭରାଇଟ୍ ଆଇଏଏସ୍ ଭାବେ ପରିଚିତ ଥିଲେ।

Leave A Reply

Your email address will not be published.