ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

0

ଭୁବନେଶ୍ୱର: କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ଫିକି (ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ) ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି। ଫିକି ଆଦିତ୍ୟ ବିର୍ଲା ସିଏସଆର ସେଣ୍ଟର ଅଫ୍ ଏକ୍ସଲେନ୍ସର ଅଧ୍ୟକ୍ଷା ପଦ୍ମ ଭୂଷଣ ଶ୍ରୀମତୀ ରାଜଶ୍ରୀ ବିର୍ଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିଥିଲେ।
ତୃଣମୂଳସ୍ତରରେ କ୍ରୀଡ଼ାର ଉନ୍ନତି ପାଇଁ ବିଶେଷ କରି ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଜିନ୍ଦଲ ଫାଉଣ୍ଡେସନର ଅଦମ୍ୟ ପ୍ରତିବଦ୍ଧତାକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରୁଛି। ଜିନ୍ଦଲ ଫାଉଣ୍ଡେସନ ଯୁବ ପ୍ରତିଭାଙ୍କ ଅନ୍ୱେଷଣ ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା, ଭିତ୍ତିଭୂମିର ବିକାଶ କରିବା ଏବଂ ସର୍ବୋପରି ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାରେ ସହାୟତା କରି ଆସୁଛି।

ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ ଫିକି ପକ୍ଷରୁ ଏହି ପୁରସ୍କାର ପାଇ ଆମେ ଅତି ଗୌରବାନ୍ୱିତ ଅନୁଭବ କରୁଛୁ। ଆମେ ବିଶ୍ୱାସ କରୁ ଯେ ଚରିତ୍ର ଗଠନ, ଶୃଙ୍ଖଳା ସହ ନେତୃତ୍ୱ ନେବାର କୌଶଳ ଦ୍ୱାରା ଜୀବନରେ ରୂପାନ୍ତରଣ ଆଣିବାର କ୍ଷମତା କ୍ରୀଡ଼ାରେ ରହିଛି। ସମାଜର ପ୍ରତ୍ୟକ ବର୍ଗର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଏବଂ କ୍ରୀଡ଼ା ତଥା ଜୀବନରେ ଉତ୍କର୍ଷ ହାସଲ ପାଇଁ ସେମାନଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ। ଏହି ସ୍ୱୀକୃତି ସାମଗ୍ରିକ ଭାବେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ ଆମର ଭବିଷ୍ୟତ ଉଦ୍ୟମକୁ ଆହୁରି ମଜଭୁତ କରିବ”।

ଶ୍ରୀ ପ୍ରଶାନ୍ତ ହୋତା, ପ୍ରେସିଡେଣ୍ଟ ଜିନ୍ଦଲ ଷ୍ଟିଲ, ଗ୍ରୁପ ମୁଖ୍ୟ – ସିଏସଆର ଏବଂ ଏଜୁକେସନ୍, ଜିନ୍ଦଲ ଷ୍ଟିଲ୍ କହିଛନ୍ତି, “ଏହି ପୁରସ୍କାର ଆମ ତୃଣମୂଳ ସହଯୋଗୀ, ପ୍ରଶିକ୍ଷକ ଏବଂ ହଜାର ହଜାର ଯୁବ କ୍ରୀଡ଼ାବିତଙ୍କ ପାଇଁ ସମର୍ପିତ; ଯେଉଁମାନଙ୍କ ଦୃଢ଼ସଙ୍କଳ୍ପର କାହାଣୀ ଆମକୁ ଆମ ଲକ୍ଷ୍ୟ ହାସଲ କରିବାରେ ସବୁଦିନ ପ୍ରେରଣା ଦିଏ। କ୍ରୀଆମର ମଡେଲ କ୍ରୀଡାକୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଲିଙ୍ଗ ସଶକ୍ତିକରଣ ସହିତ ସମନ୍ୱିତ କରେ – ଏହା ନିଶ୍ଚିତ କରେ ଯେ ଆମର କାର୍ଯ୍ୟକ୍ରମ ଗୁଡିକୁ ପ୍ରଭାବଶାଳୀ କରିଥାଏ । ଆମର ଚେୟାରମ୍ୟାନ ତଥା ସାଂସଦ (କୁରୁକ୍ଷେତ୍ର) ଶ୍ରୀ ନବୀନ ଜିନ୍ଦଲ, ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଏବଂ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍  ଶ୍ରୀମତୀ ଶାଲୁ ଜିନ୍ଦଲ ଜୀଙ୍କ ମାର୍ଗଦର୍ଶନରେ ଆମେ ତୃଣାମୂଳ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ଅତିରିକ୍ତ ପ୍ରୟାସ କରୁଛୁ ।  କ୍ରୀଡ଼ା ମାଧ୍ୟମରେ ଦେଶ ନିର୍ମାଣ ପାଇଁ ଆମର ପ୍ରତିଶ୍ରୁତିବଦ୍ଧତାକୁ ସ୍ୱୀକୃତି ଦେଇଥିବାରୁ ଆମେ ଫିକି ଏବଂ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ପ୍ରତି କୃତଜ୍ଞ”।

ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ଅନ୍ୟ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନର କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟ ଜାରି ରହିଛି । କ୍ରୀଡ଼ା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଶତାଧିକ କ୍ରୀଡ଼ା ପ୍ରତିଭା ତାଲିମ, କ୍ରୀଡ଼ା ଉପକରଣ, ବୃତ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶ ପାଇପାରୁଛନ୍ତି। ଫାଉଣ୍ଡେସନ ପକ୍ଷରୁ ତୀରନ୍ଦାଜୀ, ଆଥଲେଟିକ୍ସ, ଫୁଟବଲ, ହକି ଓ ଅନ୍ୟ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି । ବିଶେଷ କରି ବାଳିକା ଓ ଭିନ୍ନକ୍ଷମ କ୍ରୀଡ଼ାବିତଙ୍କୁ ଅଧିକ ପ୍ରୋତ୍ସାହିତ କରାଯାଉଛି ।

ବର୍ଷ ବର୍ଷ ଧରି, ଜିନ୍ଦଲ ଫାଉଣ୍ଡେସନ ଏହାର ଅନ୍ତର୍ଭୁକ୍ତିମୂଳକ କ୍ରୀଡା ପଦକ୍ଷେପଗୁଡ଼ିକ ଦ୍ବାରା ୩୦୦୦୦ରୁ ଅଧିକ କ୍ରୀଡା ପ୍ରତିଭାଙ୍କୁ ସହାୟତା କରିଛି ।  ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ଗ୍ରାମାଞ୍ଚଳ, ଛୋଟ ସହର ଏବଂ ଜିଲ୍ଲା ମୁଖ୍ୟାଳୟରେ ଖେଳ ପଡ଼ିଆ, ଇନଡୋର ଏବଂ ଆଉଟଡୋର କୋଚିଂ ସେଣ୍ଟର, ଗ୍ୟାଲେରୀ ଏବଂ ସୁଇମିଂ ପୁଲ ଆଦିର ନିର୍ମାଣ ସହିତ ପ୍ରମୁଖ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା ପାରି ଅନେକ କ୍ରୀଡା ଭିତ୍ତିଭୂମି ବିକାଶ କରିବାରେ ସହାୟତା କରାଯାଇଛି 

Leave A Reply

Your email address will not be published.