ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ଆରଜି କର ହସ୍ପିଟାଲର ଆଖପାଖ ଅଞ୍ଚଳରେ ଧାରା ୧୪୪ ଜାରି

0

କୋଲକାତା: ଆରଜି କର ହସ୍ପିଟାଲର ଆଖପାଖ ଅଞ୍ଚଳରେ ଧାରା ୧୪୪ ଜାରି। କୋଲକାତା ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମାମଲାରେ ଏହି ଧାରା ଜାରି ହୋଇଛି। ଆଜିଠାରୁ ୨୪ ଅଗଷ୍ଟ ପର୍ୟ୍ୟନ୍ତ କୋଲକାତା ପୋଲିସ ପକ୍ଷରୁ ଧାରା ୧୪୪ ଜାରି ହୋଇଛି।
ହସ୍ପିଟାଲରେ ଜୁନିଅର ଡାକ୍ତର ଉପରେ ଆକ୍ରମଣ କରାଯିବା ଘଟଣାକୁ ନେଇ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ତୀବ୍ରଭାବେ ବର୍ଷିଛନ୍ତି। ଏତେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସତ୍ତେ କିପରି ଭାବେ ଆରଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ଆକ୍ରମଣ କଲେ ବୋଲି ପଚାରିଛନ୍ତି ଅଦାଲତ। ଏହାସହ ଦୃର୍ବୁତ୍ତ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ଲାଗିଥିବା ସିସିଟିଭିକୁ ଭାଙ୍ଗିବା ଏବଂ ହସ୍ପିଟାଲରେ ବ୍ୟବହୃତ ସଂରଞ୍ଜାମ ଭଙ୍ଗାରୁଜା କରିଥିଲେ। ଏଭଳି ଘଟଣା ଦ୍ଵାରା ମେଡିକାଲରେ ଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପ୍ରଭାବିତ ହୋଇଛନ୍ତି।

ଅଗଷ୍ଟ ୯ ତାରିଖରେ କୋଲକାତାର ସରକାରୀ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ଥିବାବେଳେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଘଟଣାର ପରଦିନ କୋଲକାତା ପୋଲିସର ଜଣେ ସିଭିଲିଆନ ଭଲ୍ୟୁଣ୍ଟିଅରଙ୍କୁ ଗିରଫ କରାଯାଇଥିଲା। କୋଲକାତା ହାଇକୋର୍ଟ ମଙ୍ଗଳବାର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ।

ଏହି ଘଟଣାର ତଦନ୍ତଭାର ‘ସିବିଆଇ’ ଗ୍ରହଣ କରିବା ପୂର୍ବରୁ ନାଟକୀୟ ଢଙ୍ଗରେ ବୁଧବାର ରାତିରେ ଏକ ଗୋଷ୍ଠୀ ହସ୍ପିଟାଲକୁ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ପାଇଁ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି। ସମସ୍ତ ରାଜ୍ୟରେରେ ଡାକ୍ତରମାନେ ପ୍ରତିବାଦ କରୁଛନ୍ତି। ଗତକାଲି ‘ଆଇଏମଏ’ ତରଫରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହସ୍ପିଟାଲରେ ଭଙ୍ଗାରୁଜା ପ୍ରମାଣ ନଷ୍ଟ ପାଇଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ଓ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ଆକ୍ରମଣ ହେବାରୁ ୧୪୪ ଧାରା ଜାରି ହୋଇଛି।

Leave A Reply

Your email address will not be published.