ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ

0

ଯାଜପୁର: ବନ୍ଧାହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ। ଯାଜପୁର ସିଟି ଏବଂ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଏହାସହିତ ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍‌ଫେର୍‌ ଅଭିଯୋଗରେ ଶନିବାର ବିନୟଙ୍କ ଘରେ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଜଣେ ଡିଲର୍‌ ଠାରୁ ଜବତ ସ୍କ୍ରାପ୍‌କୁ ଅନ୍ୟତ୍ର ବିକ୍ରି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିବାରୁ ଭିଜିଲାନ୍ସ ଏକ ଟିମ୍ ବିନୟଙ୍କ ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ଚଢ଼ାଉ କରିଥିଲା। ବିନୟ ଭୂଷଣଙ୍କର ଭୁବନେଶ୍ୱର ୟୁନିଟ ୨ରେ ଥିବା କ୍ୱାର୍ଟର୍ସ ଓ ଖୋର୍ଦ୍ଧାରେ ଥିବା ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢାଉ କରିବା ବେଳେ ବିଭିନ୍ନ କମ୍ପାନୀର କିଛି ଡକ୍ୟୁମେଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା।

ସୂଚନା ଅନୁସାରେ, ତ୍ରିପାଠୀ ଗତ ମେ’ ୭ ତାରିଖ ଅପରାହ୍ନ ପ୍ରାୟ ୧ଟାରେ ସ୍କ୍ରାପ୍‌ ବୋଝେଇ ହୋଇ ଯାଉଥିବା ଏକ ଗାଡ଼ିକୁ ଯାଜପୁର ରେଭେଣାଠାରେ ଅଟକାଇଥିଲେ। ଉକ୍ତ ଗାଡ଼ିରେ ଆନୁମାନିକ ୮,୮୯,୬୦୦ ଟଙ୍କାର ପ୍ରାୟ ୨୨,୨୪୦ କେଜି ସ୍କ୍ରାପ୍‌ ବୋଝେଇ ହୋଇଥିଲା। ଗାଡ଼ି ସହ ସ୍କ୍ରାପ୍‌କୁ ଜବତ କରାଯାଇଥିଲା। ଏହାପରେ ତ୍ରିପାଠୀ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସ୍କ୍ରାପ ପରିବହନ ନିମନ୍ତେ ୩,୨୦,୦୦୦ ଟଙ୍କାର ଟ୍ୟାକ୍ସ ଦାଖଲ କରିବାକୁ କହିଥିଲେ।

ଅପରପକ୍ଷରେ ଗାଡ଼ି ଓ ସ୍କ୍ରାପ୍‌ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେବା ପାଇଁ ବେଆଇନ ଭାବେ ୨,୫୦,୦୦୦ ଟଙ୍କା ସେ ମାଲିକଙ୍କଠାରୁ ଦାବି କରିଥିଲେ। ମାତ୍ର ଲାଞ୍ଚ ଅର୍ଥ ନ ମିଳିବାରୁ ଜିଏସ୍‌ଟି ଆଇନ୍‌କୁ ଉଲ୍ଲଂଘନ କରି ତ୍ରିପାଠୀ ଆଉ ଜଣେ ସ୍କ୍ରାପ୍‌ ଡିଲରଙ୍କୁ ଜବତ ହୋଇଥିବା ସମସ୍ତ ସ୍କ୍ରାପ୍‌ ବିକି ଟ୍ୟାକ୍ସ ଦେଇଦେଲେ। ଏହାପରେ ବାକି ୫,୮୫,୩୫୬ ଟଙ୍କାକୁ ହେର୍‌ଫେର୍‌ କରିଦେଲେ। ଏହିପରି ଭାବରେ ତ୍ରିପାଠୀ ଅନ୍ୟାନ୍ୟ ପରିବହନ ସଂସ୍ଥାଠାରୁ ଟ୍ୟାକ୍ସ ଛାଡ଼ କରିଦେବା ଆଳରେ ବହୁ ଲାଞ୍ଚ ଅର୍ଥ ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।

Leave A Reply

Your email address will not be published.