ନୂଆଦିଲ୍ଲୀ: ଓ୍ବାର୍ସକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦୀ ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ।ଓ୍ବାର୍ସରେ ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ ଡୁଡା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ଭେଟିବେ। ପୋଲାଣ୍ଡରେ ଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀ ଦ୍ଵିରାଷ୍ଟ୍ରୀୟ ଗସ୍ତରେ ବିଦେଶ ଯାଇଛନ୍ତି। ପ୍ରଥମେ ମୋଦୀ ପୋଲାଣ୍ଡରେ ପହଞ୍ଚି ସେଠାକାର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ। ଏହି ଅବସରରେ ଦୁଇଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ରହୁଥିବା ଭାରତୀୟ ଜନସମୁଦାୟଙ୍କ ପକ୍ଷରୁ ମଧ୍ୟ ସ୍ଵାଗତ କରାଯାଇଛି । ଏଥିପାଇଁ ଓ୍ବାର୍ସାରେ ଥିବା ନଓ୍ବାନଗର ମେମୋରିଆଲଠାରେ ଭାରତୀୟଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ