ଭୁବନେଶ୍ୱର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ ହେବାରେ ଲାଗିଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭ଶହ ଉପରେ। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୁନ୍ଦରଗଡ଼ରୁ ୭୨୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ୱରରେ ଦୈନିକ ୮୦ ନୂଆ ପଜିଟିଭ୍ । ସେହିପରି କଟକ, ବଲାଙ୍ଗିର ଓ ବାଲେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଚିହ୍ନଟ ହୋଇଛି । ଏହାକୁ ନେଇ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଭିଜିଟ୍ କରିଛନ୍ତି । ଏହାପରେ ଆକ୍ରାନ୍ତଙ୍କ ଟେଷ୍ଟି ବଢିଛି । ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ ଲାଗିରହୁଛି ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ