ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ବିଜେଡି ନେତା

0

ଭୁବନେଶ୍ୱର: ଆଜି ଆରମ୍ଭରୁ ବିଧାନସଭା ବିରୋଧୀ ହଙ୍ଗାମା କରିଛନ୍ତି । ମଦମୃତ୍ୟୁକୁ ନେଇ ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହଟଗୋଳ କରିଛନ୍ତି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ ଟେବୁଲ୍ ଉପରକୁ ଚଢ଼ି ଯାଇଥିଲେ। ଏମିତି କି ବିରୋଧୀମାନେ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡିୟମ ତଳେ ନାରାବାଜି ଦେଇଛନ୍ତି। ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ବିଜେଡିର ନେତାମାନେ ଚଢ଼ିଯାଇଥିଲେ।

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିଯାଇଥିଲେ । ଅନ୍ୟପକ୍ଷେ ବାଚସ୍ପତିଙ୍କ ସିଟ ପାଖକୁ ଯିବାକୁ ମଧ୍ୟ ବିଜେଡି ବିଧାୟକ ଉଦ୍ୟମ କରିଥିଲେ।

ଚିକିଟି ମଦ ମୃତ୍ୟୁ ଘଟଣାରେ ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି।

Leave A Reply

Your email address will not be published.